ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଚୀନ ସୀମାରେ ଗତ ୧ ମାସ ହେବ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଗତ ସୋମବାର ଏହି ଉତ୍ତେଜନା ସବୁ ସୀମା ପାର କରିଥିଲା। ଗଲଓ୍ୱାନ ଘାଟିରେ ଚୀନ ସେନା ଆକ୍ରମଣରେ ଗଲଓ୍ୱାନ ଘାଟିରେ ଭାରତର ୨୦ ଯବାନ ସହିଦ ହୋଇଯିବା ପରେ ସୀମାରେ ପ୍ରତିଶୋଧର ନିଆଁ ଜଳୁଛି।

ଏହି ତିକ୍ତତାକୁ ଥମାଇବା ପାଇଁ ଗୁରୁବାର ପୁଣି ୨ ଦେଶ ମଧ୍ୟରେ ଆଲୋଚନା ହେବ। ଉଭୟ ପକ୍ଷର ସେନାର ମେଜର ଜେନେରାଲଙ୍କ ମଧ୍ୟରେ ଆଉ କିଛି ସମୟ ପରେ ଆଲୋଚନା ହେବ। ଯାହଫଳରେ ସୀମାରେ ଉତ୍ତେଜନା ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି।

ଏହାପୂର୍ବରୁ ଗଲଓ୍ୱାନ ଘାଟିରେ ହିଂସାତ୍ମକ ସଂଘର୍ଷ ପରେ ମଧ୍ୟ ଦୁଇ ରାଉଣ୍ଡ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ସମାଧାନ ହୋଇପାରିନାହିଁ। ଚୀନର ସେନାର ଆକ୍ରମଣ ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପରିସ୍ଥିତି ଯାହା ହେଉନା କାହିଁକି ଭାରତ ଏହାର ପ୍ରତ୍ୟେକ ଇଞ୍ଚ ଜମିକୁ ସୁରକ୍ଷା ଦେବ। ଭାରତକୁ ଉତ୍ତେଜିତ କରୁଥିବାରୁ  ଚୀନ୍‌କୁ ମଧ୍ୟ ନିର୍ଣ୍ଣାୟକ ଜବାବ ଦିଆଯିବ।

Comment