ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ନିରନ୍ତର କଥାବାର୍ତ୍ତା ଚାଲିଛି। ଗୋଟିଏପଟେ ଚୀନ ଆଲୋଚନା ମାଧ୍ୟମରେ ସମସ୍ୟାର ସମଧାନ କରିବାକୁ କହୁଥିଲା ବେଳେ ଅନ୍ୟପଟେ ବିଶ୍ୱାସଘାତକତା କରୁଛି। ଚୀନର ଏହି ନୀତି ଦେଖି ସୀମାରେ ଭାରତ ମଧ୍ୟ ପୂରା ପ୍ରସ୍ତୁତ ରହିଛି। ସୀମାରେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ଗଲଓ୍ୱାନ ସେକ୍ଟରରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ନିୟୋଜିତ କରିଛି।

ଟି ୯୦ ଭୀଷ୍ମ ଟ୍ୟାଙ୍କକୁ ଭାରତର ବାହୁବଳୀ ଯୁଦ୍ଧ ଟ୍ୟାଙ୍କ କୁହାଯାଏ। ଶତ୍ରୁ ସହ ଲଢ଼ିବାର କ୍ଷମତା ଏହାକୁ ସ୍ୱତନ୍ତ୍ର କରେ। ଏଥିସହିତ ମଙ୍ଗଳବାର ଦିନ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଚୁସୁଲରେ କମାଣ୍ଡର ସ୍ତରୀୟ ବୈଠକ ପୁଣି ଥରେ ଅନୁଷ୍ଠିତ ହେବାକୁ ଯାଉଛି।

ସୀମାରେ ଚୀନ୍ ନିଜର ସୈନ୍ୟ ଓ ଯୁଦ୍ଧ ସାମଗ୍ରୀ ଶକ୍ତି ବୃଦ୍ଧି କରୁଥିବା ଜଣାପଡିଛି । ଚୀନର ପିପୁଲ ଲିବେରେସନ ଆର୍ମିର ସ୍ଥିତି ସୁଦୃଢ଼ ଦେଖି ଭାରତ ମଧ୍ୟ ଭୀଷ୍ମ ଟ୍ୟାଙ୍କ ସୀମାରେ ମହଜୁଦ କରିଛି ।

Comment