ଓଡିଶାଲାଇଭ୍ ବ୍ୟୁରୋ

 

ଲଦାଖର ଗଲଓ୍ଵାନ ଘାଟିରୁ ୨ କିଲୋମିଟର ପଛକୁ ହଟିଛି ଚୀନ ସେନା। କମାଣ୍ଡରସ୍ତରୀୟ ବୈଠକ ପରେ ଚୀନ ସେନା ପଛକୁ ହଟିଛି। ଏନେଇ ବରିଷ୍ଠ ସେନା ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

ଜୁନ ୧୫ ତାରିଖରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥଳରୁ ଚୀନ ଦୁଇକିଲୋମିଟର ପଛକୁ ହଟିଛି। ସେନା ଶିବିର ଓ ଗାଡି ମୋଟର ପଛକୁ ହଟାଇ ନେଇଛି। ସୀମା ବିବାଦ ପରେ ଚୀନ ପ୍ରଥମ ଥର ପାଇଁ ନିଜ ସେନାକୁ ଏଲଏସିରୁ ପଛକୁ ହଟାଇଛି।

ଗତ ଜୁନ ୧୫ରେ ଚୀନ ସେନା ଏଲଏସି ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିଥିଲା। ଫଳରେ ଉଭୟ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ସହ ୪୩ ଜଣ ଚୀନ ସୈନ୍ୟ ନିହତ ହୋଇଥିଲେ।

ସଂଘର୍ଷ ପରେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କିନ୍ତୁ ଏଯାବତ୍ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏଥିମଧ୍ୟରେ ଭାରତ ସରକାର ୫୯ଟି ଚାଇନା ଆପକୁ ବ୍ୟାନ୍ କରିଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁଲାଇ ୫ ତାରିଖରେ ଲଦାଖର ଲେହ ଗସ୍ତ କରି ଗଲଓ୍ଵାନ ଭାରତର ବୋଲି କହି ସାରିଛନ୍ତି।

Comment