ଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ମାସରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ପ୍ରତିଦିନ ୪୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ଜୁଲାଇ ମାସରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ହେଲେ ଜୁଲାଇ ଆରମ୍ଭରୁ କରୋନାର ଭୟ ବଢ଼ିଛି।

ଗତ ୩ ତାରିଖରେ ରାଜ୍ୟରୁ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ତାରିଖରେ ୪୯୫, ୫ରେ ୪୬୯ ଏବଂ ୬ ତାରିଖରେ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ମୁହାଁ ହୋଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୨୬ରେ ପହଞ୍ଚିଛି।

ମୃତ୍ୟୁ ସଂଖ୍ୟା ବି କିଛି କମ୍‌ ନାହିଁ। ଆଜି ୨ ଜଣଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଛି। ଭୁବନେଶ୍ୱରରେ କେବଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠୁ ବଡ଼ କଥା ହେଉଛି ଏବେ ଲୋକାଲ କେସ୍‌ ସଂଖ୍ୟା ବଢୁଥିବାରୁ ସ୍ଥିତି ଉଦ୍‌ବେଗଜନକ ରହିଛି। ଜୁନ୍‌ ମାସ ପରି ଜୁଲାଇ ମାସରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ହେଲେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢ଼ି ଚାଲିଛି।

ଏବେ ରାଜ୍ୟର ୭ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୮ ଛୁଇଁଥିବା ବେଳେ ଖୋର୍ଦ୍ଧାରେ ୯୯୨, କଟକରେ ୮୨୬, ଯାଜପୁରରେ ୬୨୩, ଗଜପତିରେ ୪୬୨, ବାଲେଶ୍ୱରରେ ୪୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment