ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଞ୍ଜିନିୟରିଂ, ଡାକ୍ତରୀ, କୃଷି ବିଜ୍ଞାନ, ପରିବେଶ ଓ ପାଣିପାଗ ବିଜ୍ଞାନ, ଗବେଷଣା କ୍ଷେତ୍ରରେ ସଫଳତା ହାସଲ କରିଛି ସୋଆ ବିଶ୍ୱବିଦ୍ୟାଳୟ।

  • ଏନ୍‌ଆର୍‌ଏଫ୍‌ ରାଙ୍କିଙ୍ଗ୍‌ରେ ୨୦ତମ ସ୍ଥାନରେ ସୋଆ
  • ଟାଇମ୍ସ ହାୟର ଏଜୁକେସନ୍ ଓ୍ୱାଲର୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ସୋଆ
  • କରୋନା ମୁକାବିଲା ପାଇଁ ସମ୍‌ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱରରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡି ଟୁ ବି ବିଶ୍ୱବିଦ୍ୟାଳୟ ୧୩ ବର୍ଷ ଅତିକ୍ରମ କରିଛି। ଏହି ଡିମ୍‌ଡି ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ନିମନ୍ତେ ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ବୋଲି ସୋଆ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଉନ୍ନତମାନର ଶିକ୍ଷା ଏବଂ ନୂତନ ଗବେଷଣା ପାଇଁ ସୋଆ ଦେଶ ବିଦେଶର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିପାରିଛି।

ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ପ୍ରଚେଷ୍ଟା ବଳରେ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ସୋଆକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ୟୁଜିସି ଆକ୍ଟର ଧାରା ୩, ୧୯୫୬ ଆଧାରରେ ଡିମ୍‌ଡି ଟୁ ବି ୟୁନିଭର୍ସିଟିର ମାନ୍ୟତା ମିଳିଥିଲା। ସେବେଠାରୁ ହିଁ ଏକ ବୃତ୍ତିଗତ ଶିକ୍ଷା ପ୍ରୟୋଗଶାଳା ଏବଂ ଗବେଷଣାର ଉତ୍ସ ଭାବେ ସୋଆ ଆଗକୁ ବଢ଼ି ଚାଲିଛି। ଭାରତ ସମେତ ୬ଟି ଦେଶର ପ୍ରାୟ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ସୋଆକୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଆସିଛନ୍ତି।

ମାତ୍ର ୧୩ ବର୍ଷ ଭିତରେ ଏହି ଡିମ୍‌ଡି ବିଶ୍ୱବିଦ୍ୟାଳୟଟି ଗତ ୫ ବର୍ଷ ଧରି କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ନାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମ୍ଓ୍ୱାର୍କ (ଏନ୍ଆଇଆର୍‌ଏଫ୍) ରାଙ୍କିଙ୍ଗ୍‌ରେ ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଚଳିତ ବର୍ଷ ୨୦ତମ ସ୍ଥାନ ହାସଲ କରି ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନ ହାସଲ କରିବା ସହ ଓଡ଼ିଶାରେ ଶୀର୍ଷତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି।

ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିସନ୍ କାଉନସିଲ୍ (ନାକ୍) ସୋଆକୁ ସର୍ବୋଚ୍ଚ ଗ୍ରେଡ୍‌ ରି-ଆକ୍ରେଡିଟେଟ୍ କରିଥିବା ବେଳେ ଏହାର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି, ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)କୁ  ଆମେରିକାର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମାନ୍ୟତା ପ୍ରଦାନକାରୀ ସଂସ୍ଥା ଆକ୍ରେଡିସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍) ଦ୍ୱାରା ଆକ୍ରେଡିଟେସନ୍ ମିଳିଛି। ସୋଆର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଫ୍ୟାକଲ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏନ୍ଆଇଆର୍‌ଏଫ୍-୨୦୨୦ ରାଙ୍କିଙ୍ଗରେ ଇଞ୍ଜିନିୟରିଂ କ୍ୟାଟେଗୋରୀରେ ଦେଶରେ ୩୪ତମ ସ୍ଥାନ ହାସଲ କରିଛି। ସେହିପରି  ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସୋଆ ନିଜର ସ୍ଥିତି ଜାହିର କରିଛି। ଟାଇମ୍ସ ହାୟର ଏଜୁକେସନ୍ ଓ୍ୱାଲର୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ସୋଆ ସ୍ଥାନିତ ହୋଇପାରିଛି।

ସେହିପରି ଚଳିତବର୍ଷ ଏନଆଇଆର୍‌ଏଫ୍ ରାଙ୍କିଙ୍ଗରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୩ତମ ସ୍ଥାନ ହାସଲ କରିଛି। ଟାଇମ୍ସ ହାୟର୍ ଏଜୁକେସନ୍ ଓ୍ୱାଲର୍ଡ ରାଙ୍କିଙ୍ଗ୍ ତାଲିକାରେ ଦେଶର ୯ଟି ମେଡିକାଲ୍ କଲେଜ ମଧ୍ୟରେ  ଆଇଏମ୍ଏସ୍ ମଧ୍ୟ ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିଛି। ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ , ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍  ପ୍ରଥମ ଥର ପାଇଁ ଏନଆଇଆର୍‌ଏଫ୍ ରାଙ୍କିଙ୍ଗରେ ପ୍ରବେଶ କରିଥିବା ବେଳେ ଦେଶରେ ୧୨ତମ ସ୍ଥାନ ହାସଲ କରିଛି।

୧୬୦୦ ଶଯ୍ୟା ବିଶିଷ୍ଟ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ଇଣ୍ଡିଆନ୍ କାଉନ୍ସିଲ୍ ଫର ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍)  ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଟିକା ମଣିଷ ଉପରେ ପ୍ରୟୋଗ ନିମନ୍ତେ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ ହସ୍ପିଟାଲ୍ ପୂର୍ବାଞ୍ଚଳରେ ଏକ ପସନ୍ଦ ଯୋଗ୍ୟ ହସ୍ପିଟାଲ୍ ଭାବେ ପରିଗଣିତ। ଓଡ଼ିଶାରେ ସଫଳତାର ସହ ବୋନ୍ ମ୍ୟାରୋ ପ୍ରତ୍ୟାରୋପଣ ଏବଂ ଲାଇଭ୍ ଡୋନର ଲିଭର ପ୍ରତ୍ୟାରୋପଣ କରିବାରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ପ୍ରଥମ ଡାକ୍ତରଖାନା। ଅତ୍ୟାଧୁନିକ ପରୀକ୍ଷା, ସର୍ଜିକାଲ୍ ଏବଂ ଜୀବନ ରକ୍ଷାକାରୀ ସରଞ୍ଜାମ ସମ୍ବଳିତ ଏହି ହସ୍ପିଟାଲରେ ଖୁବ୍ ସୁଲଭ ମୁଲ୍ୟରେ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି।

ଭାରତ ସମେତ ସାରା ବିଶ୍ୱ କୋଭିଡ-୧୯ ମହାମାରୀ ସହ ଯୁଦ୍ଧ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ ସୋଆ ମଧ୍ୟ ଏହି ଯୁଦ୍ଧରେ ସାମିଲ ହୋଇଛି। ସୋଆ ପକ୍ଷରୁ ତିନୋଟି କୋଭିଡ-୧୯ ହସ୍ପିଟାଲ୍ ସ୍ଥାପନ କରାଯାଇଥିବା ବେଳେ ଦୁଇଟି କୋଭିଡ କେୟାର୍ ସେଂଟର ମଧ୍ୟ ଆରମ୍ଭ କରାଯାଇଛି।

ଭୁବନେଶ୍ୱରରେ ଏକ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଏବଂ ତାଳଚେରରେ ୧୭୦ ଏବଂ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି। ସେହିପରି ସୋଆ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ଏବଂ ଜଟଣୀରେ ମୋଟ ୮୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଂଟର ଆରମ୍ଭ କରାଯାଇଛି।

ସୋଆର  ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍ସେସ୍, ଡେଣ୍ଟାଲ୍ ସାଇନ୍ସେସ୍, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ଏବଂ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଫ୍ୟାକଲ୍ଟି ଅଧିନରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ଓ ୭୧ଟି ପୋଷ୍ଟ ଗ୍ରାଜୁଏଟ୍, ୧୦ଟି ପୋଷ୍ଟ ମାଷ୍ଟର୍ସ, ପିଏଚଡି ଏବଂ ପୋଷ୍ଟ ଡକ୍ଟରାଲ୍ ପ୍ରୋଗ୍ରାମ କରାଯାଉଛି।

ସୋଆର ଅନ୍ୟତମ ମୂଳ ଲକ୍ଷ୍ୟ ରହିଛି ଗବେଷଣା। ଏଥିପାଇଁ ୧୩ଟି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ଏବଂ ୪୨ଟି ସ୍ୱତନ୍ତ୍ର ଗବେଷଣା ଲ୍ୟାବ ସ୍ଥାପନ କରାଯାଇଛି।  ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରିଟିକାଲ୍ ଆଣ୍ଡ ମ୍ୟାଥମେଟିକାଲ୍ ସାଇନ୍ସେସ୍, ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ସେଣ୍ଟର, ସେଣ୍ଟର ଫର୍ ନାନୋ ସାଇନ୍ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି, ସେଣ୍ଟର ଫର୍ ଆପ୍ଲାଏଡ୍ ମ୍ୟାଥମେଟିକ୍ସ, ସେଣ୍ଟର ଫର୍ ରୁରାଲ୍ ଆଣ୍ଡ ଟ୍ରାଇବାଲ୍ ଡେଭଲପମେଣ୍ଟ, ସେଣ୍ଟର ଫର ରିପ୍ରଡକ୍ଟିଭ୍ ହେଲ୍‌ଥ, ନାସନାଲ୍ ଏମ୍ଇଏମ୍ଏସ୍ ଡିଜାଇନ୍ ସେଣ୍ଟର, ସେଣ୍ଟର୍ ଫର୍ ବାୟୋ-ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଙ୍ଗ୍ ଏବଂ ସେଣ୍ଟର ଫର୍ ଏନଭାର୍ନୋମେଣ୍ଟ ଆଣ୍ଡ କ୍ଲାଇମେଟ୍।

ଏହି ଗବେଷଣା କେନ୍ଦ୍ରଗୁଡ଼ିକ ମଧ୍ୟରୁ ଅନେକ କେନ୍ଦ୍ରଗୁଡ଼ିକୁ ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଡିଏସ୍ଟି), ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜି (ଡିଓବି), ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ), ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସ୍ଇଆର୍‌ବି), ଲାଇଫ୍ ସାଇନ୍ସ ରିସର୍ଚ୍ଚ ବୋର୍ଡ (ଏଲ୍ଏସ୍ଆର୍‌ବି) ଏବଂ କାଉନ୍‌ସିଲ୍ ଫର୍ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର୍) ପକ୍ଷରୁ ଗବେଷଣା ନିମନ୍ତେ ଅନୁଦାନ ପ୍ରଦାନ କରାଯାଇଥାଏ। ୩୮ଟି ଲ୍ୟାବ୍ ଏହି ଗବେଷଣାକେନ୍ଦ୍ରଗୁଡ଼ିକ ସହିତ ଜଡିତ ରହିଛନ୍ତି ସୋଆର ଫ୍ୟାକଲ୍ଟି ମେମ୍ବର୍ ଏବଂ ରିସର୍ଚ୍ଚ ସ୍କଲାରମାନଙ୍କର କାର୍ଯ୍ୟଗୁଡ଼ିକ ନିୟମିତ ଭାବେ ଆନ୍ତର୍ଜାତିକ ଜର୍ନାଲଗୁଡ଼ିକରେ ପ୍ରକାଶିତ ହୋଇଥାଏ।

ବିଶ୍ୱବିଦ୍ୟାଳୟ ନାମରେ ୫ ହଜାର ୮୬୯ଟି ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍-ଇଣ୍ଡେକ୍ସ ହେଉଛି ୬୯। ସେହିପରି ସୋଆର ଗବେଷକମାନେ ୧୯୩ଟି ପାଟେଣ୍ଟ ନିମନ୍ତେ ଆବେଦନ କରିଥିବା ବେଳେ ୮୩ଟି ପ୍ରକାଶିତ ହୋଇଛି। ୧୭ଟି ପାଟେଣ୍ଟକୁ ଅନୁମୋଦନ ମିଳିଛି। ଏମାନଙ୍କ ମଧ୍ୟରେ ରହିଛି ସେଣ୍ଟର୍ ଫର୍ ନାନୋ ସାଇନ୍ସେସ୍ ଏବଂ ନାନୋ ଟେକ୍ନୋଲୋଜିର ୬ଟି ପାଟେଣ୍ଟ।

ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ସମ୍ମିଳନୀ ଆୟୋଜନ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୭୫୦ ଆସନ ବିଶିଷ୍ଟ କନଭେନସନ ହଲ୍ ନିର୍ମାଣ କରାଯାଇଛି। ୧୨୭ ଏକର ଜାଗାରେ ୫ ଲକ୍ଷ  ସ୍କୋୟାର୍ ମିଟର ଉପରେ ନିର୍ମିତ ସୋଆର କ୍ୟାମ୍ପସ୍ ପରିବ୍ୟାପ୍ତ ହୋଇଥିବା ବେଳେ ୨୧୨ଟି ଇ- କ୍ଲାସରୁମମ୍ ଏବଂ ୩୪୦ଟି ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟଗ୍ରାଜୁଏଟ୍ ଲାବୋରେଟୋରୀ ରହିଛି। ୧୧ ହଜାର ୬୧୭ ସ୍କୋୟାର୍ ମିଟର ପର୍ଯ୍ୟବେସିତ। ଗୋଟିଏ ସେଣ୍ଟ୍ରାଲ୍ ଲାଇବ୍ରେରୀ ରହିଥିବା ବେଳେ ୯ଟି ଇନଷ୍ଟିଚ୍ୟୁସନାଲ ଏବଂ ୪୨ଟି ଡିପାର୍ଟମେଣ୍ଟାଲ୍  ଲାଇବ୍ରେରୀ ରହିଛି। ସବୁ କ୍ୟାମ୍ପସରେ ନେଟଓ୍ୱାର୍କ ସଂଯୋଗ ସହ ଓ୍ୱାଇଫାଇ ବ୍ୟବସ୍ଥା ରହିଛି।

ସମାଜସେବା କ୍ଷେତ୍ରରେ ମଧ୍ୟ ସୋଆ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ହାତକୁ ନେଇଛି। ବସ୍ତି ଅଞ୍ଚଳର ପିଲାମାନଙ୍କର ଯତ୍ନ ଏବଂ ସେମାନଙ୍କୁ ଶିକ୍ଷିତ କରିବା ଦିଗରେ ସୋଆର ସାମାଜିକ ଅନୁଷ୍ଠାନ ‘ଜାଗୋ’ ଅନେକ ପଦକ୍ଷେପ ଗ୍ରହଣ କରିଛି। କରୋନା ମହାମାରୀ ସମୟରେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ ଦୈନିକ ୨୦ ହଜାର ଗରିବ ନିରାଶ୍ରୟ ଲୋକମାନଙ୍କୁ ଖାଦ୍ୟ, ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି।

Comment