ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ରେଜଲ୍ଟ ବାହାରିବା ତାରିଖ ଦିନେ ଦୁଇ ଦିନ ଭିତରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଏ ବର୍ଷ ବୋର୍ଡ଼ ପରୀକ୍ଷାରେ ୫ ଲକ୍ଷ ୩୪ ହଜାର ପିଲା ବସିଥିଲେ। କରୋନା ମହାମାରୀ ଏବର୍ଷ ଦଶମ ବୋର୍ଡ଼ ପରୀକ୍ଷା ଉପରେ କୈଣସି ପ୍ରଭାବ ପକାଇନଥିଲା। କିନ୍ତୁ ଉତ୍ତର ଖାତା ମୂଲ୍ୟାୟନରେ ବିଳମ୍ବ ଯୋଗୁଁ ଫଳ ପ୍ରକାଶ ପାଇବାରେ ବି ବିଳମ୍ବ ହୋଇଥିଲା। ତେବେ ଜୁନ ମାସରେ ବୋର୍ଡ଼ ପକ୍ଷରୁ ଖାତା ଦେଖା କାମ ଶେଷ କରାଯାଇଥିଲା।

ପ୍ରକାଶ ପାଇବାକୁ ଥିବା ପରୀକ୍ଷା ଫଳ ବୋର୍ଡ଼ର ୱେବସାଇଟ bseodisha.nic.in / orissaresults.nic.in ରେ ଦେଖାଯାଇପାରେ।

Comment