ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ମାୟନଗରୀ ମୁମ୍ବାଇ। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଜଳବନ୍ଦୀ ଅବସ୍ଥାରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି। ଏମିତିକି ରାସ୍ତାଘାଟରେ ଗାଡ଼ି ଚଳାଚଳ ମଧ୍ୟ କରିପାରୁନି।

ଫଳରେ ଟ୍ରେନ ଓ ବସ୍‌ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଉଦ୍ଧାରକାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

ଗତ ୧୨ ଘଣ୍ଟା ମଧ୍ୟରେ, ମୁମ୍ବାଇରେ ଏତେ ବର୍ଷା ହୋଇଛି ଯାହା ୪୬ ବର୍ଷର ରେକର୍ଡ ଭାଙ୍ଗିଛି।ପୂର୍ବରୁ ଏଭଳି ବର୍ଷା କେବେ ହୋଇନାହିଁ ବୋଲି ଅନେକ କହିଛନ୍ତି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ମୁମ୍ବାଇ ପାଇଁ ଆଲର୍ଟ ଜାରି କରାଯାଇଛି। ଅପରାହ୍‌ଣରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି କୁହାଯାଇଛି। ତେଣୁ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

Comment