ଓଡ଼ିଶାଲାଇଭ୍‌ ବ୍ୟୁରୋRhea chakrabarti

ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ହୋଇପାରେ କିଛି ବଡ଼ ଖୁଲାସା। କାରଣ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଆଜି ଇଡିରେ ହାଜର ହୋଇଛନ୍ତି। ମୁମ୍ବାଇରେ ଥିବା ଇଡି ଅଫିସରେ ସେ ହାଜର ହୋଇଛନ୍ତି।

ରିୟାଙ୍କ ସମ୍ପତ୍ତି ନେଇ ପଚରାଉଚରା କରିପାରେ ଇଡି। ସୁଶାନ୍ତଙ୍କ ଆକାଉଣ୍ଟରୁ ଅର୍ଥ ହେରଫେର ଅଭିଯୋଗରେ ହାଜର ହେବାକୁ ରିୟାକୁ ନୋଟିସ କରିଥିଲା ଇଡି। ରିୟା ନିଜ ବୟାନ ରେକର୍ଡ ପାଇଁ ଅଧିକ ସମୟ ମାଗିଥିଲେ।

ରିୟାଙ୍କ ଏହି ଆବେଦନକୁ କିନ୍ତୁ ଖାରଜ କରି ଦେଇଥିଲା ଇଡି। ଏହାପରେ ଅନ୍ୟ କୌଣସି ଉପାୟ ନପାଇ ଇଡିରେ ହାଜର ହୋଇଛନ୍ତି ରିୟା।

Comment