ଓଡିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୫ଟି ନୂତନ ସିଭିଲ୍ ଜଜ୍ (ଜୁନିଅର ଡିଭିଜନ୍‌) ତଥା ଜେଏମ୍‌ଏଫ୍‌ସି (ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍‌) କୋର୍ଟ ପ୍ରତିଷ୍ଠା ହେବ। ଏନେଇ ହାଇକୋର୍ଟର ସ୍ୱତନ୍ତ୍ର ଅଧିକାରୀ (ପ୍ରଶାସନିକ) ବାସୁଦେବ ଆଚାର୍ଯ୍ୟ ଜିଲ୍ଲା ଜଜ୍‌ମାନଙ୍କୁ ଚିଠି ଲେଖିଛନ୍ତି।

ଜିଲ୍ଲା ଜଜ୍‌ମାନେ ଏଥିପାଇଁ କୋର୍ଟ ହଲ୍‌, ଡାଏସ୍‌, ଉଇଟ୍‌ନେସ୍ ବକ୍ସ, ପ୍ରିଜାଇଡିଂ ଅଫିସରଙ୍କ ଲାଗି ଅଫିସ୍ ଏବଂ ଚାମ୍ବର୍‌, ରହିବା ପାଇଁ ସୁବିଧା ଯୋଗାଇ ଦେବାକୁ ଚିଠିରେ କୁହାଯାଇଛି। କେନ୍ଦୁଝର ଜିଲ୍ଲାର ପାଞ୍ଚଟି ସ୍ଥାନ ତେଲକୋଇ, ହାଟଡ଼ିହି, ବଡ଼ବିଲ, ଘଟଗାଁ ଏବଂ ହରିଚନ୍ଦନପୁରରେ କୋର୍ଟ ପ୍ରତିଷ୍ଠା ହେବ। ସେହିପରି ସୁନ୍ଦରଗଡ଼ର ଛଅଟି ସ୍ଥାନ କୋଇଡ଼ା, ବୀରମିତ୍ରପୁର, ଲହୁଣିପଡ଼ା, ବରଗାଁ, ଲେଫ୍ରିପଡ଼ା ଏବଂ ହେମଗିରିରେ ସିଭିଲ୍ ଜଜ୍ କୋର୍ଟ ପ୍ରତିଷ୍ଠା ହେବ।ସେହିପରି ଭଦ୍ରକର ବନ୍ତ, କୋରାପୁଟର ତିନୋଟି ସ୍ଥାନ – ନନ୍ଦପୁର, ନାରାୟଣପାଟଣା ଏବଂ ବୈପାରୀଗୁଡ଼ା, ପୁରୀର ଚାରୋଟି ସ୍ଥାନ – କୃଷ୍ଣପ୍ରସାଦ, କାକଟପୁର, କଣାସ ଏବଂ ଅସ୍ତରଙ୍ଗ, ରାୟଗଡ଼ା ଜିଲ୍ଲାର ତିନୋଟି ସ୍ଥାନ – ଚନ୍ଦ୍ରପୁର, ମୁନିଗୁଡ଼ା ଏବଂ ପଦ୍ମପୁର, ମାଲକାନଗିରିର ମାଥିଲି ଏବଂ କୁଡୁମୁଲୁଗୁମା, ବାଲେଶ୍ୱର ଜିଲ୍ଲାର ଔପଦା ଏବଂ ଖଇରା, ନୟାଗଡ଼ ଜିଲ୍ଲାର ଗଣିଆ, ଗଞ୍ଜାମର ପୋଲସରା, ଜଗନ୍ନାଥପ୍ରସାଦ ଏବଂ ବେଲଗୁଣ୍ଠା, ଯାଜପୁର ଜିଲ୍ଲାର ତିନୋଟି ସ୍ଥାନ – ବରୀପାଳ, ବିଞ୍ଝାରପୁର ଏବଂ ସୁକିନ୍ଦା, ବରଗଡ଼ ଜିଲ୍ଲାର ତିନୋଟି ସ୍ଥାନ – ଗାଇସିଲଟ, ପାଇକମାଳ ଏବଂ ବିଜେପୁର, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, ଲାଇକେରା ଏବଂ କିରିମିରା, କଳାହାଣ୍ଡି ଜିଲ୍ଲାର ଚାରୋଟି ସ୍ଥାନ -ଗୋଲମୁଣ୍ଡା, ଥୁଆମୂଳପୁର, କର୍ଲାମୁଣ୍ଡା ଏବଂ ଲାଞ୍ଜିଗଡ଼, କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ, ରାଇକିଆ ଏବଂ ଚକାପାଦରେ କୋର୍ଟ ପ୍ରତିଷ୍ଠା ହେବ।ସେହିପରି ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ସ୍ଥାନ – ବାଲିଅନ୍ତା, ବୋଲଗଡ଼, ବାଲିପାଟଣା, ଚିଲିକା ଏବଂ ବେଗୁନିଆ, ଅନୁଗୁଳର ବଅଁରପାଳ ଏବଂ କିଶୋରନଗର, ମୟୁରଭଞ୍ଜ ଜିଲ୍ଲାର ଯଶୀପୁର, ରାସଗୋବିନ୍ଦପୁର ଏବଂ ଠାକୁରମୁଣ୍ଡା, କଟକ ଜିଲ୍ଲାର ତିନୋଟି ସ୍ଥାନ – ନିଶ୍ଚିନ୍ତକୋଇଲି, ଡମପଡ଼ା ଏବଂ ମାହାଙ୍ଗା, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ଜଗତସିଂହପୁରର ଏରସମା, ନବରଙ୍ଗପୁରର କୋଶଗୁମୁଡ଼ା ଏବଂ ଝରିଗାଁ, କେନ୍ଦ୍ରାପଡ଼ାର ରାଜକନିକା ଓ ସମ୍ବଲପୁରର ରେଙ୍ଗାଲିରେ ଏହି କୋର୍ଟ ପ୍ରତିଷ୍ଠା ହେବ।

Comment