ଓଡ଼ିଶାଲାଇଭ୍‌ ବ୍ୟୁରୋRhea chakrabarti

ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲରେ ରିୟା ଚକ୍ରବର୍ତ୍ତୀ ସୋମବାର ପୁଣି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଫିସରେ ହଜାର ହୋଇଛନ୍ତି। ମୁମ୍ବାଇରେ ଥିବା ଇଡି ଅଫିସରେ ରିୟା ତାଙ୍କ ଭାଇ ସୌଭିକଙ୍କ ସହ ପହଞ୍ଚିଛନ୍ତି।

ପୂର୍ବରୁ  ଶୁକ୍ରବାର ଦିନ ଭାଇ ଭଉଣୀ ଦୁଇ ଜଣଙ୍କୁ ଜେରା କରିଥିଲା ଇଡି। ଘଣ୍ଟା ଘଣ୍ଟା ଧରି ପଚରାଉଚରା ହୋଇଥିଲା। ରିୟାଙ୍କ ଉତ୍ତରରେ ଇଡି ସନ୍ତୁଷ୍ଟ ନଥିବାରୁ ପୁଣି ଆଜି ହଜାର ହେବାକୁ ନିର୍ଦ୍ଦେଶ ଦେଇଥିଲା ଇଡି।

ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟା ଅର୍ଥ ହେରଫେର କରିଥିବା ସୁଶାନ୍ତଙ୍କ ବାପା ଅଭିଯୋଗ କରିଥିଲେ। ଏହି ଅଭିାଯୋଗ ଆଧାରରେ ହାଜର ହେବାକୁ ରିୟାକୁ ନୋଟିସ କରିଥିଲା ଇଡି।

Comment