ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୧ ରୁ ୬ ତାରିଖ ଜେଇଇ ଏବଂ ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପରୀକ୍ଷା ହେବ। ପରୀକ୍ଷାକୁ ଆଉ କମ୍‌ ସମୟ ଥିବାରୁ ନିଟ୍‌ ଓ ଜେଇ ମେନ୍‌ ପରୀକ୍ଷାର୍ଥୀଙ୍କୁ ସହଯୋଗ ପାଇଁ ଦଳୀୟ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ସବୁ ପିଲା ଆମ ପରିବାରର, ଅସୁବିଧା ସମୟରେ ପିଲାଙ୍କ ପାଖରେ ରହନ୍ତୁ। ନିଜ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ। ପିଲାଙ୍କ ପାଖରେ ୪୮ ଘଣ୍ଟାରୁ କମ୍‌ ସମୟ ଅଛି। ତେଣୁ ସେମାନୁଙ୍କ ସହଯୋଗ କରନ୍ତୁ’’, ବିଧାୟକମାନଙ୍କୁ କହିଛନ୍ତି ନବୀନ।BGU

ବନ୍ୟା ଓ କୋଭିଡ ସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ ନବୀନ। କିନ୍ତୁ ତାଙ୍କର ଦାବି ପୂରଣ ହେଲାନି। ଦାବି ପୂରଣ ନହେବାରୁ ରାଜ୍ୟ ସରକାର ପିଲାଙ୍କ ସୁବିଧା ଲାଗି ସବୁ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ର ଥିବା ସହରଗୁଡ଼ିକରେ ଲକଡାଉନ୍‌ ସଟଡାଉନ କଟକଣା କୋହଳ କରିବା ସହିତ ପିଲାଙ୍କ ପରିବହନ ରହିବା ବ୍ୟବସ୍ଥା ମାଗଣା କରାଯାଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ ରାଜ୍ୟ କୋଭିଡ ଓ ବନ୍ୟା ସମସ୍ୟା ଦେଇ ଗତି କରୁଥିବାରୁ ବିଧାୟକମାନେ କୋଭିଡ ଯୋଦ୍ଧା ଓ ଲୋକଙ୍କ ସାଥୀର ରହନ୍ତୁ ବୋଲି ନବୀନ କହିଛନ୍ତି।

Comment