ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବାଲେ
  • କଙ୍ଗନାଙ୍କ ପାଇଁ କଲେ ନ୍ୟାୟ ଦାବି
  • କ୍ଷତିପୂରଣ ଦେବାକୁ କହିଲେ ରାମଦାସ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଅଫିସ ଭାଙ୍ଗିବା ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। ଏନେଇ ଶିବସେନା ଓ କଙ୍ଗନା ସାମ୍ନା ସାମ୍ନି ହୋଇଥିଲା ବେଳେ କୋଠା ଭଙ୍ଗା ନେଇ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରାଯାଉଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଲେ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି।

ଦୁଇ ଦିନ ପୂର୍ବରୁ ବିଏମସି ବେଆଇନ ନିର୍ମାଣ ଦର୍ଶାଇ କଙ୍ଗନାଙ୍କ ୪୮ କୋଟିର ମଣିକର୍ଣ୍ଣିକା କୋଠାକୁ ଭାଙ୍ଗି ଦେଇଥିଲେ। ଏନେଇ କଙ୍ଗନା ରାମଦାସଙ୍କୁ ଭେଟି ଆଲୋଚନା କରିଥିଲେ।ramdas

ଅନ୍ୟପଟେ ଆଜି କୋଠା ଭଙ୍ଗା ଯିବାର ୨ ଦିନ ପରେ ଆଜି ପ୍ରଥମ ଥର ପାଇଁ କଙ୍ଗନା ନିଜ ଅଫିସକୁ ଯାଇଥିଲେ। ସେଠାରେ ଭଙ୍ଗାରୁଜା ସ୍ଥିତି ଦେଖି ଭାବୁକ ହୋଇପଡ଼ିଥିଲେ।

କାହିଁକି କଙ୍ଗନା ଓ ଶିବସେନା ମଧ୍ୟରେ ବିବାଦ?

ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ କଙ୍ଗନା ବଲିଉଡ ମାଫିଆ, ନେପୋଟିଜମ ଆଦି ପ୍ରସଙ୍ଗ ଉଠାଇଥିଲେ। ଏମିତିକି ମୁମ୍ବାଇକୁ ପାକ୍‌ ଅଧିକୃତ କଶ୍ମୀର ସହ ତୁଳନା କରିଥିଲେ। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଟାର୍ଗେଟ କରିଥିଲେ। କଙ୍ଗନା ମହାରାଷ୍ଟ୍ରର ଅପମାନ କରିଛନ୍ତି। ତେଣୁ ମୁମ୍ବାଇ ନଆସନ୍ତୁ ବୋଲି ରାଉତ କହିଥିଲେ। ଏହାପରେ କଙ୍ଗନା ରାଉତଙ୍କୁ ଚଲେଞ୍ଜ କରି କେନ୍ଦ୍ର ସରକାରଙ୍କ ସୁରକ୍ଷାରେ ମୁମ୍ବାଇ ଆସିଥିଲେ। କଙ୍ଗନା ମୁମ୍ବାଇ ଆସିବା ଦିନ ହିଁ ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲା ବିଏମ୍‌ସି।

Comment