ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାରେ କୃଷି ବିଲ୍‌ ପାରିତ ହେବା ପରେ ବି ଏହାକୁ ବିରୋଧ ଜାରି ରହିଛି। ନିଲମ୍ବିତ ହୋଇଥିବା ୮ ଜଣ ସାଂସଦ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଏମିତିକି ଗତକାଲି ରାତିସାରା ମଧ୍ୟ ଏହି ସାଂସଦମାନେ ସଂସଦ ପରିସରରେ ଧାରଣାରେ ବସିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଙ୍ଗଳବାର ସକାଳୁ ସାଂସଦମାନଙ୍କୁ ଚା’ ନେଇ ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ରାଜ୍ୟସଭାରେ ହରିବଂଶଙ୍କୁ ହିଁ ବିରୋଧ କରି ସାଂସଦମାନେ ହଙ୍ଗାମା କରିଥିଲେ। ଏଥିସହ କିଛି ସାଂସଦ ଉପାଧ୍ୟକ୍ଷଙ୍କ ସାମ୍ନାରେ ରୁଲ ବୁକ ଚିରିବା ସହ ମାଇକ ଭଙ୍ଗା ରୁଜା କରିଥିଲେ।

ଏହାସତ୍ତ୍ୱେ ହରିବଂଶ ନିଜ ଘରୁ ଚା’ ନେଇ ସାଂସଦମାନଙ୍କୁ ଦେଇଥିବାରୁ ଏହି କାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଗଣତନ୍ତ୍ର ପାଇଁ ଏହା ଏକ ସୁନ୍ଦର ସନ୍ଦେଶ ବୋଲି ମୋଦୀ କହିଛନ୍ତି।

ନିଲମ୍ବିତ ସାଂସଦ

ଏହି ୮ ସାଂସଦଙ୍କ ଭିତରେ ରହିଛନ୍ତି ଟିମଏସି ସାଂସଦ ଡେରେକ୍‌ ଓବ୍ରାଏନ, ଆପ୍‌ ସାଂସଦ ସଞ୍ଜୟ ସିଂହ, କଂଗ୍ରେସ ସାଂସଦ ରାଜୀବ ସାତଭ, ସିପିଆଇ(ଏମ୍‌) ସାଂସଦ କେକେ ରାଗେଶ, ଆଇଏନସି ସାଂସଦ ସୟଦ ନାସିର ହୁସୈନ,ଆଇଏନସି ସାଂସଦ ରିପୁନ ବୋରା, ଟିଏମସି ସାଂସଦ ଡୋଲା ସେନ, ସିପିଆଇ(ଏମ୍‌) ସାଂସଦ ଏଲାରମ କରିମ।

Comment