ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପିକା ପାଦୁକୋନ୍ ଓ ଶ୍ରଦ୍ଧା କପୁରଙ୍କ ପରେ ବର୍ତ୍ତମାନ ଏନ୍‌ସିବି ଅଫିସ୍‌ରେ ପହଞ୍ଚିଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍। ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନ୍‌ସିବି ତାଙ୍କୁ ପଚରାଉଚରା କରିବ। ଏବେ ଦୀପିକା ଓ ଶ୍ରଦ୍ଧାଙ୍କୁ ମଧ୍ୟ ଏନ୍‌ସିବି ଅଫିସ୍‌ରେ ଜେରା କରାଯାଉଛି।ଡ୍ରଗ୍ସ ଲିଙ୍କ୍ ମାମଲାରେ ନାଁ ଆସିବା ପରେ ରକୁଲ ପ୍ରୀତ, ସାରା, ଶ୍ରଦ୍ଧା ଓ ଦିପୀକାଙ୍କୁ ଏନ୍‌ସିବି ସମନ୍ ଜାରି କରିଥିଲା। ତେବେ ଗତକାଲି ରକୁଲ ଓ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନ୍‌ସିବି ଜେରା କରିସାରିଛି। ଆଜି ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଜେରା କରାଯାଉଛି।ଅନ୍ୟପଟେ ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କୁ ଆଜି ପୁଣି ଥରେ ଜେରା କରୁଛି ଏନ୍‌ସିବି। ଦୀପିକା ଓ କରିସ୍ମାଙ୍କୁ ସାମ୍ନାସାମ୍ନି ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ପରେ ଡ୍ରଗ୍ସ ଲିଙ୍କ୍ ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୂର୍ବରୁ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ଙ୍କୁ ଏନ୍‌ସିବି ଗିରଫ କରିସାରିଛି। ରିୟାଙ୍କ ଗିରଫ ପରେ ବଲିଉଡର ଅନେକ ବଡ଼ ବଡ଼ କଳାକାର ଡ୍ରଗ୍ସ ସହ ସମ୍ପୃକ୍ତ ଥିବା ନେଇ ଜଣାପଡ଼ିଥିଲା।

Comment