ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ପୂର୍ବତନ ଡିସିପି ତଥା ବର୍ତ୍ତମାନର ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି। ଏନେଇ ନିଜେ ଆଇପିଏସ୍ ଅଫିସର ଅନୁପ ସାହୁ ସୂଚନା ଦେଇଛନ୍ତି।

କୌଣସି ବ୍ୟକ୍ତି ଏହି ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋସିଆଲ୍ ମିଡିଆରେ ଅନୁରୋଧ କରିଛନ୍ତି। ଏନେଇ ସେ ସାଇବର ଥାନାରେ ଏତଲା ଦେବେ ବୋଲି ମଧ୍ୟ କହିଛନ୍ତି।ଗତ କିଛିବର୍ଷ ହେବ ବହୁ ପରିଚିତ ଲୋକଙ୍କ ନାଁରେ ଫେସବୁକ ଓ ଟୁଇଟରର ଫେକ୍ ଆକାଉଣ୍ଟମାନ ଖୋଲାଯାଉଥିବା ଦେଖିବାକୁ ମିଳିଛି। ଏହାସାହାଯ୍ୟରେ ଖଳ ପ୍ରକୃତିର ଲୋକମାନେ ନିଜ ନିଜର କାମ ହାସଲ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅନେକ ଅନୈତିକ କାମ ମଧ୍ୟ ହେଉଥିବା ସାମନାକୁ ଆସିଛି।

Comment