ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଐତିହାସିକ ପୀଠ ଭାବେ ମାକଟକଚଣ୍ଡୀଙ୍କ ପୀଠ ବେଶ୍ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମାକଟକ ଚଣ୍ଡୀଙ୍କୁ ପୂଜା କରାଯାଏ। ଏଥିପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ

୪୦ଟି ଶଗଡ଼ ସିନ୍ଦୁରରୁ ମାଙ୍କ ଆବିର୍ଭାବ

କଟକରେ କନିକା ରାଜାଙ୍କ ପରିବାର ଦ୍ଵାରା ମାକଟକଚଣ୍ଡୀଙ୍କ ପୀଠ ନିର୍ମାଣ ହୋଇଥିବା କିମ୍ବଦନ୍ତୀ ରହିଛି। ବର୍ତ୍ତମାନ ମାଚଣ୍ଡୀଙ୍କ ମନ୍ଦିର ଥିବା ସ୍ଥାନଟି ପ୍ରଥମେ ରାଜାଙ୍କ ମେଣ୍ଢାଶାଳ ଥିଲା। ତତ୍କାଳୀନ ରାଜାଙ୍କ ପୁରୋହିତ ଭାବେ ହଂସ ପଣ୍ଡା ନାମକ ଜଣେ ପୂଜକ ଥିଲେ। ତାଙ୍କୁ ରାତିରେ ଦେବୀ ଚଣ୍ଡିକାଙ୍କ ସ୍ଵପ୍ନାଦେଶ ହେଲା ଯେ, ମାଚଣ୍ଡୀ ସେହିଠାରୁ ଆବିର୍ଭାବ ହେବେ। ପୂଜକ ଏକଥା ରାଜାଙ୍କୁ କହିବା ବେଳେ ରାଜା ମଧ୍ୟ ସ୍ଵପ୍ନାଦେଶ ହୋଇଥିବା ସ୍ଵୀକାର କରିଥିଲେସ୍ଵପ୍ନାଦେଶ ଅନୁଯାୟୀ, ମେଣ୍ଢାଶାଳର ଜମିକୁ ଖୋଳା ଯାଇଥିଲା। ଖୋଳାଯିବା ବେଳେ ୪୦ ଶଗଡ଼ ସିନ୍ଦୁର ବାହାରିଥିଲା। ଏବଂ ସେହିଠାରେ ମାଅବିର୍ଭାବ ହୋଇଥିଲେ। ଏହା ହଜାରରୁ ୧୪୫୩ ଖ୍ରୀଷ୍ଟାଦ୍ଦର ବୋଲି ଅନୁମାନ କରାଯାଏ। ହଂସ ପଣ୍ଡାଙ୍କ ପରେ ତାଙ୍କର ଏକମାତ୍ର ପୁତ୍ର ଲକ୍ଷ୍ମଣ ପଣ୍ଡା ମାଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କର ଝିଅ ଥିଲେ। ପୁଅ ନ ଥିବାରୁ ତାଙ୍କ ପରେ ଦାୟିତ୍ୱ କିଏ ଗ୍ରହଣ କରିବ ବୋଲି ତାଙ୍କର ଚିନ୍ତା ଥିଲା

ସେ ମାଙ୍କ ନିକଟରେ ଗୁହାରି କରିବା ପରେ ମାଙ୍କ ଦୟାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ତାଙ୍କ ପୁଅଙ୍କ ପୁଅ ମଧ୍ୟ ମାଙ୍କ ପୂଜାସେବାରେ ନିୟୋଜିତ ରହିଲେ। ଏବେ ସେମାନଙ୍କ ୧୪ ସନ୍ତାନ ମଧ୍ୟ ମାଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। କଟକରେ ଶକ୍ତି ପୂଜା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଉଥିବାରୁ ମାକଟକ ଚଣ୍ଡୀଙ୍କ ପୀଠରେ ଦଶହରା, କାଳୀ ପୂଜା ଆଦି ନିଷ୍ଠାର ସହ ପାଳନ କରାଯାଏ

ମା’ଙ୍କୁ ବଳି ଦିଆଯାଏ ପାଣିକଖାରୁ

ଏଠାରେ ମାଙ୍କ ନବରାତ୍ର ପୂଜା ହୋଇଥାଏ। ଆଶ୍ୱିନ ମାସ ଶୁକ୍ଲପକ୍ଷଠାରୁ ନବମୀ ପର୍ଯ୍ୟନ୍ତ ମାଙ୍କ ସ୍ୱତନ୍ତ୍ର ପୂଜା ହୋଇଥାଏ।  ଶାରଦୀୟ ପୂଜା ଅବସରରେ ମାଙ୍କ ଷୋଡ଼ଶ ଉପଚାର ପୂଜା ହୋଇଥାଏ। ଏହି ପୂଜାରେ ମାଙ୍କୁ ପ୍ରତିଦିନ ବିଭିନ୍ନ ବେଶରେ ସଜା ଯାଇଥାଏ। ଚଳିତ ବର୍ଷ ସେପ୍ଟେମ୍ଵର ୧୦ ମୂଳାଷ୍ଟମୀଠାରୁ ମାକଟକ ଚଣ୍ଡୀଙ୍କୁ ପ୍ରଥମେ ୬ଦିନ ବେଶ କରାଯାଇଥିଲା। ପରେ ୧୭ରୁ ମଳ ମାସ ପଡ଼ିଥିବାରୁ ମା’ଙ୍କୁ ବେଶ କରିବା ବନ୍ଦ ରଖାଯାଇଥିଲା। ପୁଣି ନବରାତ୍ର ଆରମ୍ଭରୁ ମା’ଙ୍କୁ ୧୦ଦିନ ବେଶ କରାଯାଉଛି।

ମଳମାସ ପଡ଼ିଥିଲେ ମଧ୍ୟ ମା’ଙ୍କ ନୀତିକାନ୍ତିରେ କିଛି ପରିବର୍ତ୍ତନ କରାଯାଇନାହିଁ। ଏଥର ୧୬ଦିନ ପରିବର୍ତ୍ତେ ମା’ଙ୍କୁ ୪୭ଦିନ ସ୍ଵତନ୍ତ୍ର ପୂଜା କରାଯିବାର ବ୍ୟବସ୍ଥା କରାଯାଇଛି।

ଏଥିରେ ମାକଟକ ଚଣ୍ଡୀଙ୍କୁ ସୁନାବେଶ, ଭୁବନେଶ୍ୱରୀ, ମାତଙ୍ଗୀ, ବୈଷ୍ଣବୀ, ସିଦ୍ଧେଶ୍ୱରୀ, ଉଗ୍ରତାରା, ତ୍ରିପୁରାଭୈରବୀ, ଜଗଦ୍ଧାତ୍ରୀ, ଷୋଡ଼ଶୀ, ସିଂହବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହିଷମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଥାଏ। ପୀଠରେ ଅଷ୍ଟମୀ ତିଥିରେ ମାଙ୍କ ପାଖରେ ବଳି ଭୋଗ ହୋଇଥାଏ। ଜୀବବଳି ଦିଆ ନଗଲେ ମଧ୍ୟ ପାଣିକଖାରୁ, ବୁଢ଼ା କାକୁଡ଼ି ଆଦି ବଳି ଦିଆଯାଇଥାଏ

Comment