ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହେଉଛି। ମଙ୍ଗଳବାର ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ପୋଲିଂ ପାର୍ଟି ଇଭିଏମ୍ ଓ ଭିଭିପାଟ ମେସିନ ନେଇ ବୁଥ୍‌ ଅଭିମୁଖେ ଯାଇଛନ୍ତି।

ଏଥର କରୋନା ପାଇଁ ନିର୍ବାଚନ ଧାରାରେ କିଛିଟା ପରିବର୍ତ୍ତନ ହୋଇଛି। ପୋଲିଂ ପାର୍ଟି କଟକଣା ମାନି ଡ୍ୟୁଟି କରିବାକୁ ନିର୍ଦ୍ଦେଶ ରହିଛି।

ନିର୍ବାଚନ ପାଇଁ ୩୪୬ଟି ବୁଥ୍‌ ହୋଇଛି। ତା’ଭିତରୁ ୧୦୦ଟି ସମ୍ବେଦନଶୀଳ ବୁଥ୍‌ ଅଛି।  ସେଠାରେ ଅଧିକ ପୋଲିସ ମୁତୟନ କରିବାକୁ ବ୍ୟବସ୍ଥା ହୋଇଛି।

ଅନ୍ୟପଟେ ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ବିଜେଡି ନିଜ ପ୍ରାର୍ଥୀ ସ୍ୱରୂପ ଦାସ ଓ କଂଗ୍ରେସ ନିଜ ପ୍ରାର୍ଥୀ ମମତା କୁଣ୍ଡୁ ବିଜେପି ନିଜ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି।

Comment