ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ୍ ଟ୍ରାଜେଡିରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ। ଶୁକ୍ରବାର ଦିନ ସିନିୟର ସେକ୍ସନ ଅଫିସର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଗିରଫ କରାଯାଇଛି।

ଆଇପିସି ଧାର ୩୦୪ ଏବଂ ୨୦୧ ଆଧାରରେ ଏହି ୩ ଜଣ ରେଳ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି। ଜାଣିକି ଅପରାଧ ଘଟାଇବା ସହ ପ୍ରମାଣ ଲୁଚାଇବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି।ବାଲେଶ୍ଵର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଜୁନ୍ ୨ ତାରିଖ ସନ୍ଧ୍ୟାରେ ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ମୋଟ୍ ୨୯୩ ଜଣ ଯାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ହୋଇଥିଲା। ହଜାରରୁ ଅଧିକ ଯାତ୍ରୀ ଏଥିରେ ଆହତ ହୋଇଥିଲେ। ରେଲଓ୍ଵେ ସେଫ୍ଟି କମିଶନର ତଦନ୍ତ ପରେ ଏହା ଏକ ସିଗନାଲ୍ ଜନିତ ତ୍ରୁଟି ବୋଲି ଜଣାପଡ଼ିଥିଲା। ଏହାପରେ ସିବିଆଇ ହାତକୁ ଏହାର ତଦନ୍ତ ଦାୟିତ୍ଵ ଯାଇଥିଲା।

Tags: #BahanagaTrainTragedy #TrainAccident #BahanagaBazarStation #OdishaTrainTragedy

Comment