ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଶୀତ ଅଧିବେଶନ ପାଇଁ ହେଉଥିବା ୩ ଦିନିଆ କୋଭିଡ ଟେଷ୍ଟର ପ୍ରଥମ ଦିନର ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମ ଦିନରେ ମୋଟ ୬ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ବିଧାୟକଙ୍କ ରିପୋର୍ଟ ନେଗେଟିଭ ବାହାରିଛି।ନଭେମ୍ବର ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଯାହାକି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଧାୟକ, ମନ୍ତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ୩ ଦିନିଆ କୋଭିଡ୍ ଟେଷ୍ଟ ମଧ୍ୟ ଆରମ୍ଭ ହୋଇସାରିଛି। ମଙ୍ଗଳବାର ପ୍ରଥମ ଦିନରେ ମୋଟ ୬୭୩ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ଗୁରୁବାର ବିଧାନସଭାରେ ଏହି ୩ଦିନିଆ କୋଭିଡ ଟେଷ୍ଟ ଶେଷ ହେବ।

ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ମଧ୍ୟ କୋଭିଡ କଟକଣା ଭିତରେ ହେବା ସହ ପ୍ରଶ୍ନକାଳ ରହିବ ନାହିଁ ବୋଲି ଧାର୍ଯ୍ୟ ହୋଇଛି। ଏଥିସହିତ ଯେଉଁ ସଦସ୍ୟମାନେ ଚାହିଁବେ ସେମାନେ ଘରୁ ରହି ଭିଡିଓ କନଫରେନ୍ସି ଜରିଆରେ ଅଧିବେଶନରେ ଯୋଗଦେଇପାରିବେ।

Comment