ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଜଣାଶୁଣା ଅଭିନେତା ଅମୀର ଖାନ୍‌ଙ୍କ ଭଣଜା ତଥା ‘ଦିଲ୍ଲୀ ବେଲ୍ଲୀ’ ଭଳି ଫିଲ୍ମରେ ଅଭିନୟ କରିଥିବା ଇମ୍ରାନ ଖାନ ଅଭିନୟକୁ ବାଏ କରିବେ। ଇମ୍ରାନଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅକ୍ଷୟ ଓବରାୟ ଏନେଇ ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କ କହିବା ମୁତାବକ ଇମ୍ରାନ ଖାନ୍‌ ଏବେ ଅଭିନୟ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଭିନୟ ଛାଡ଼ିବା ପରେ ଇମ୍ରାନ ନିର୍ଦ୍ଦେଶନାରେ ଭାଗ୍ୟ ପରୀକ୍ଷା କରିବେ ବୋଲି ସେ କହିଛନ୍ତି। ଏବେ ଲାଇମଲାଇଟରୁ ଦୂରରେ ଥିବା ଇମ୍ରାନ ନିର୍ଦ୍ଦେଶନା ସହ ଫେରିବେ ବୋଲି ତାଙ୍କ ସାଙ୍ଗ କହିଛନ୍ତି।

ଇମ୍ରାନଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଶେଷ ଥର ପାଇଁ ଫିଲ୍ମ ‘କଟି ବଟି’ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ କାମ କରିଥିଲେ। ଏହା ବ୍ୟତୀତ ଇମ୍ରାନ ‘ଜାନେ ତୁ ଜାନେ ନା’, ‘କିଡନାପ’, ‘ଲକ୍‌’ , ‘ଆଇ ହେଟ୍‌ ଲଭଷ୍ଟୋରି’ ଭଳି ଫିଲ୍ମରେ କାମ କରିଛନ୍ତି। ‘ଦିଲ୍ଲୀ ବେଲ୍ଲୀ’  ଫିଲ୍ମରେ ଏହି ଅଭିନେତାଙ୍କୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ।

ଇମ୍ରାନ ଶିଶୁ କଳାକାର ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ‘କୟାମତ ସେ କୟାମତ ତକ୍‌’, ‘ଜୋ ଜିତା ଓ୍ୱହି ସିକନ୍ଦର’ ଭଳି ଫିଲ୍ମରେ ଇମ୍ରାନ କାମ କରିଥିଲେ।

Comment