ଓଡ଼ିଶାଲାଇଭ୍ ବ୍ୟୁରୋ

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି।

ଆଜିଠୁ କୋଭିଡ୍ କଟକଣା ଭିତରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମରେ ଶୋକପ୍ରସ୍ତାବ ଆଗତ ହେବା ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ। ଏହାପରେ ଅପରାହ୍ଣରେ ଗୃହ କାମ ଆରମ୍ଭ ହେବା ସହିତ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।

ଏହି ବଜେଟରେ ସ୍ୱାସ୍ଥ୍ୟ, ଗ୍ରାମୀଣ ରୋଜଗାର, ଖାଦ୍ୟ ନିରାପତ୍ତା, ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହି ବଜେଟରେ ୧୭୬୮.୭୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ପଞ୍ଚାୟତିରାଜ ବିଭାଗ ପାଇଁ ୨୦୪୬.୧୧ କୋଟି, ଖାଦ୍ୟ ଯୋଗାଣ ପାଇଁ ୧୦୭୮.୩୦  କୋଟି, ଅର୍ଥ ବିଭାଗ ପାଇଁ ୨୩୬୩.୦୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାବାଦ ଏହି ବଜେଟରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ୧୪୮୪.୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି।

Comment