ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ, କୋଟିଆ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ଆନ୍ଧ୍ରପଦେଶର ନିର୍ବାଚନକୁ ନେଇ ଏବେ ପୁଣି ବିବାଦ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆର ବିଭିନ୍ନ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି।

କୋଟିଆରେ ନିର୍ମାଣ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ମେଡିକାଲ, ଅଙ୍ଗନାବାଡ଼ି କେନ୍ଦ୍ର, କ୍ଲଷ୍ଟର ଗୃହ ଆଦିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରଛନ୍ତି।

‘‘କୋଟିଆରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି ଆଦି ସୁବିଧା କରାଯାଉଛି। ଖାଦ୍ୟ ସୁରକ୍ଷା, ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନ ଜୀବିକା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଟିଆକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ମୁଁ ସଂକଳ୍ପବଦ୍ଧ’’, ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମାଲକାନଗିରିରୁ ମୟୂରଭଞ୍ଜ, କୋରାପୁଟରୁ କଟକ ସବୁ ଅଞ୍ଚଳର ବିକାଶ ପାଇଁ କାମ ଚାଲିଛି।

ସେହିପରି ସ୍ୱାଧୀନତା ସଂଗ୍ରାମରେ କୋରାପୁଟର ଭୂମିକା ଓ ସହିଦ ଲକ୍ଷ୍ମଣ ନାୟକ ତ୍ୟାଗ ବଳିଦାନକୁ ମନେ ପକାଇବା ସହିତ ଲକ୍ଷ୍ମଣ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment