ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ହେବାକୁ ଥିବା ଦୋଳ ଯାତ୍ରା ଓ ହୋଲି ପର୍ବ ପାଇଁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି। କରୋନା ଲେଉଟାଣିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଶନିବାର ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ରାଜଧାନୀବାସୀଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

“ଏପର୍ଯ୍ୟନ୍ତ ରାଜଧାନୀର ସ୍ଥିତି ଖରାପ ହୋଇନାହିଁ କିନ୍ତୁ ପୂର୍ବରୁ ସତର୍କତା ଅବଲମ୍ବନ କଲେ କରୋନା ସଙ୍କଟ ଏଡ଼ାଇ ଦେଇହେବ। ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ପାଳନ କରାଯିବ”, କହିଛନ୍ତି କମିସନର।

କ’ଣ ରହିଛି ଗାଇଡଲାଇନ?

  • ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳାଯିବ ନାହିଁ ।
  • ନିଜ ଘରେ ପରିବାର ସଦସ୍ୟଙ୍କ ସହ ଖେଳିବେ ହୋଲି ।
  • ଦୋଳଯାତ୍ରାରେ ପ୍ରତ୍ୟେକ ବିମାନ ସହ ୫ ରୁ ୬ ଜଣଙ୍କୁ ଅନୁମତି ।
  • ମେଳନ ସମୟରେ ଏକାସାଙ୍ଗରେ ନଆସି ପର୍ଯ୍ୟାୟକ୍ରମେ ବିମାନ ଆଣିବାକୁ ନିର୍ଦ୍ଦେଶ ।
  • ମେଳନସ୍ଥାନରେ ୫୦ ରୁ ୬୦ ଜଣଙ୍କୁ ଅନୁମତି।

କରୋନାର ଦ୍ୱିତୀୟ ଲହରୀକୁ ନଜରରେ ରଖି ହୋଲି ପର୍ବ ଆଗରୁ ରାଜ୍ୟରେ କରୋନା କଟକଣା ଲାଗୁ କରିଛି ବିଏମସି। ଦୋଳପର୍ବ ହେବାକୁ ଥିବା ସ୍ଥାନମାନଙ୍କରେ ପ୍ରଥମେ ଆୟୋଜକମାନେ ବିଏମ୍‌ସିରେ ଆବେଦନ କରି ଅନୁମତି ନେବାପରେ ପାଳନ କରିବାକୁ ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୂର୍ବବର୍ଷ ବାହାର ରଙ୍ଗ ବିକ୍ରୀ ଉପରେ କଟକଣା ଲଗାଯାଇଥିବାବେଳେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜଧାନୀରେ ରଙ୍ଗ ଦୋକନ ଖୋଲିବାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ। ସକର୍ତ ଓ ସଚେତନତାର ସହ ଘରେ ରହି ହୋଲି ଖେଳିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment