ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ହସ୍ପିଟାଲ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ହସ୍ପିଟାଲଗୁଡ଼ିକ ଯେମିତି ହଟ୍‌ସ୍ପଟ ନହେବ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି।

ହସ୍ପିଟାଲ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ହାତ ଧୋଇବା ଓ ସାନିଟାଇଜ କରିବା ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ଏଥିସହ ହସ୍ପିଟାଲର କୌଣସି ସେକ୍ସନରୁ ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ସେହି ସେକ୍ସନକୁ ବନ୍ଦ କରାଯିବ। ସେହି ସେକ୍ସନର ଅନ୍ୟ ରୋଗୀଙ୍କୁ ଅଲଗା ଚିକିତ୍ସା କରାଯିବ। ରୁମ୍ ସାନିଟାଇଜ କରାଯାଇ ୨୪ ଘଣ୍ଟା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଆଜି ରାଜ୍ୟରେ ୪୭୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ହେବାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସର୍ବାଧିକ କରୋନା ପଜିଟିଭ୍ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Comment