ଓଡ଼ିଶାଲାଇଭ୍ ବ୍ୟୁରୋ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ହକି ଚାମ୍ପିୟନସିପ ଆୟୋଜିତ ହୋଇଯାଇଛି। ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କମ୍ପାନିର ଟାଉନସିପରେ ଜୁନ ୧୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଏଥିରେ ଝାରସୁଗୁଡ଼ାର ୫ଟି ସରକାରୀ ସ୍କୁଲର ୧୫୩ ଜଣ ଖେଳାଳି ଭାଗ ନେଇଥିଲେ।

ଏହି ଜିଲ୍ଲା ହକି ଟୁର୍ଣ୍ଣାମେଣ୍ଟର ଜୁନିୟର ବାଳକ ବର୍ଗର ଫାଇନାଲରେ ଝାରସୁଗୁଡ଼ା ଜୋନ ୧ ଦଳ କିର୍ମିରା ଦଳକୁ ହରାଇଥିଲା। ଅନ୍ୟପଟେ ଜୁନିୟର ବାଳିକା ଗ୍ରୁପର ଫାଇନାଲରେ ଝାରସୁଗୁଡ଼ା ବାଳିକା ଦଳ କିର୍ମିରା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ସେମିଫାଇନାଲ ଓ ଦ୍ୱିତୀୟ ଦିନରେ ଫାଇନାଲ ଅନୁଷ୍ଠିତ ହୋଇଥିଲା।

ଯୁବ ଖେଳାଳୀମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ସେମାନଙ୍କ ମଧ୍ୟରେ ହକି ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବେଦାନ୍ତ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା। ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ଏଠାରେ ଖେଳାଳିମାନଙ୍କୁ ହକି କିଟ ବଣ୍ଟନ କରଯାଇଥିଲା।

“ଏହି ହକି ଟୁର୍ଣ୍ଣାମେଣ୍ଟ ଯୁବ ହକି ଖେଳାଳିଙ୍କ ପାଇଁ ସେମାନଙ୍କର ପ୍ରତିଭା ଏବଂ କ୍ରୀଡ଼ା ଦକ୍ଷତା ବଢ଼ାଇବା ପାଇଁ ଏକ ସୁଯୋଗ ପ୍ରଦାନ କରିଛି। କ୍ରୀଡ଼ା ମାଧ୍ୟମରେ ଯୁବ ଗୋଷ୍ଠୀ ସଶକ୍ତ ହୋଇପାରିବେ ବୋଲି ଆମେ ବିଶ୍ଵାସ କରୁ। ଯୁବ ଗୋଷ୍ଠୀଙ୍କ ଉନ୍ନତି ପାଇଁ ସେମାନଙ୍କୁ କମ୍ପାନି ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ”, କହିଛନ୍ତି ବେଦାନ୍ତ ଆଲୁମିନିୟମ ଝରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା।

“ଝାରସୁଗୁଡ଼ାରେ କ୍ରୀଡ଼ାର ବିକାଶ ଓ ଯୁବକମାନଙ୍କୁ କ୍ରୀଡ଼ା ପ୍ରତି ପ୍ରୋତ୍ସାହିତ କରିବା ଦ୍ୱାରା ସେମାନଙ୍କ ସମାଗ୍ରୀକ ଅଭିବୃଦ୍ଧି ହୋଇପାରିବ। ଆମର ଭବିଷ୍ୟତର ପ୍ରୟାସରେ। ଆଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏଭଳି କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ଯୁବଗୋଷ୍ଠୀଙ୍କୁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ। ଏଥିରେ ବେଦାନ୍ତ ପକ୍ଷରୁ ମିଳୁଥିବା ସହଯୋଗ ଜିଲ୍ଲା ପ୍ରଶାସନ ପାଇଁ ବହୁତ ଉପଯୋଗୀ ହୋଇଛି”, କହିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରଭଣେ।

ଏହି ଟୁର୍ଣ୍ଣାମେଣ୍ଟରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରଭଣେ, ଜିଲ୍ଲା ମାଜିଷ୍ଟ୍ରେଟ ତଥା ଝାରସୁଗୁଡ଼ା ହକି ଆସୋସିଏସନର ସଭାପତି ଲଙ୍କେଶ୍ୱର ଅମାତ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀର କୁମାର ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁମିତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ବେଦାନ୍ତ ଝାରସୁଗୁଡ଼ାର ବରିଷ୍ଠ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ।

Tags: #JharsugudaDistrictHockeyChampionship #VedantaAluminium #Hockey #YouthEmpowerment

 

Comment