ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ କମ୍ପାନି ସ୍କିଲ ଡେଭଲପମେଣ୍ଟ ଇନ୍ସଷ୍ଟିଚ୍ୟୁଟ୍, ଭୁବନେଶ୍ୱର ସହିତ ସହଭାଗିତା କରିଛି। ଓଡ଼ିଶାର ଦୁର୍ଗମ ଗ୍ରାମାଞ୍ଚଳର ଯୁବକମାନଙ୍କୁ ଏଠାରେ ବିଭିନ୍ନ ବିଷୟରେ ତାଲିମ ଦିଆଯିବ।

ଏହି କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚରେ ସୁନ୍ଦରଗଡ଼ ଜିଲ୍ଲାର ଜାମଖାନି, ଗିରିସୀମା, ଝରପଲମ ଓ ମେନ୍ଦ୍ରା ଗ୍ରାମରୁ ୨୬ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କୁ ଆସନ୍ତା ୬ ମାସ ଯାଏଁ ଶିଳ୍ପ ବିଦ୍ୟୁତିକରଣ, ଇଲେକ୍ଟ୍ରିକାଲ ଓ ଇଲେକଟ୍ରୋନିକ୍ସ, ଘରୋଇ ଓ ଶିଳ୍ପ ଓୟାରିଂ, ମୋଟର କଂଟ୍ରୋଲ, ଟ୍ରାନସଫର୍ମର, ଆର୍ଥିଂ ଏବଂ ଅଣ୍ଡରଗ୍ରାଉଣ୍ଡ କେବଲିଂ ଭଳି ତାଲିମ ଦିଆଯିବ।

ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଅଣ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ହେବ ଓ ଅଂଶଗ୍ରହଣକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଅଭିବୃଦ୍ଧି ଓ ଅର୍ଥନୈତିକ ସମୃଦ୍ଧିରେ ସହାୟକ ହେବ ବୋଲି ବେଦାନ୍ତ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

“ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶାର ଯୁବକମାନେ ଆତ୍ମନିର୍ଭର ହେବା ସହ ନିଜକୁ ସଶକ୍ତ କରିପାରିବେ। ଭବିଷ୍ୟତରେ ସେମାନେ ବିଭିନ୍ନ ସ୍ଥାନରେ ନିଯୁକ୍ତି ସୁଯୋଗ ପାଇବା ସହ ଅର୍ଥନୈତିକ ସମୃଦ୍ଧି ହାସଲ କରିପାରିବେ। ଏହା ଦ୍ୱାରା ଆମ ଯୁବଗୋଷ୍ଠୀର ବିକାଶ ହୋଇପାରିବ। ଏହି ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରି ଆମେ ଆନନ୍ଦିତ”, କହିଛନ୍ତି ବେଦାନ୍ତ ଆଲୁମିନିୟମର ମାଇନିଂ ସିଇଓ ଭି. ଶ୍ରୀକାନ୍ତ।

“ଏହି କାର୍ଯ୍ୟକ୍ରମ ଦ୍ଵାରା ଆମ ଗ୍ରାମର ଅନେକ ବେରୋଜଗାର ଯୁବକମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ମିଳିବ। ମୁଁ ମଧ୍ୟ ଏଠାରେ ସଫଳତାର ସହ ୬ ମାସର ତାଲିମ ଗ୍ରହଣ କରିବି। ଏହା ମୋ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହାକି ମତେ ମୋ ପରିବାରର ଯତ୍ନ ନେବାରେ ସହାୟକ ହେବ”, କହିଛନ୍ତି ଏହି କାର୍ଯ୍ୟକ୍ରମରେ ତାଲିମ ନେଉଥିବା ବରୁଣ କାନ୍ତ।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଭିନ୍ନ ଗୋଷ୍ଠୀଙ୍କ ବିକାଶ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

Tags: #VedantaAluminium #SkillDevelpmentInitiative #YouthEmpowerment #VedantaGroup #Jharsuguda

 

Comment