ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାରେ ବସ୍ ଭଡ଼ା କିଲୋମିଟର ପ୍ରତି ୧ରୁ ୨ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଡିଜେଲ ଦର ବୃଦ୍ଧି ଯୋଗୁଁ ସ୍ୱୟଂକ୍ରିୟ ବ୍ୟବସ୍ଥା ଅନୁସାରେ ଏହା ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ପଇସା ବୃଦ୍ଧି କରାଯାଇଛି।

ସେହିପରି ଏସି ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ବଢ଼ିଛି ୨ ପିଇସା। ଏହି ବୃଦ୍ଧି ଯୋଗୁଁ ଏଣିକି ଯାତ୍ରୀମାନଙ୍କୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୬୫ ପଇସା ଦେବାକୁ ପଡିବ। ପୂର୍ବରୁ ଏହା ଥିଲା ୬୪ପଇସା।

ସେହିପରି ଏକ୍ସପ୍ରେସ୍ ୬୭ରୁ ୬୮, ଡିଲକ୍ସ ବସ୍ ୮୯ରୁ ୯୧ ପଇସା, ଏସି ଡିଲକ୍ସ ବସ୍ ୧ ଟଙ୍କା ୧୧ ପଇସାରୁ ୧ଟଙ୍କା ୧୩ ପଇସା ଦେବାକୁ ପହିବ। ରାଜ୍ୟରେ ବସ୍ ଚଳାଇବା ପାଇଁ ଥିବା ୧୨ଟି ପାରାମିଟରକୁ ଆଧାର କରି ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର ୧୭ ତାରିଖରେ ବସ୍ ଭଡ଼ା ବୃଦ୍ଧି କରିଥିଲେ।

Comment