ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଏବଂ ତାଙ୍କ ଝିଅ ମରିୟମଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଛି। ଲାହୋର ଏୟାରପୋର୍ଟରେ ପହଞ୍ଚୁ ପହଞ୍ଚୁ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନୱାଜ ସରିଫ୍ ଏବଂ ତାଙ୍କ ଝିଅଙ୍କୁ ତନ୍ତ୍ର ହେଲିକପ୍ଟରରେ ଜେଲ୍‌କୁ ନିଆଯାଇଛି। ଶନିବାର ଉଭୟଙ୍କୁ ଏନଏବି କୋର୍ଟରେ ହାଜର କରାଯିବ।

ଉଭୟଙ୍କୁ ରାୱଲପିଣ୍ଡି ଆଦିଆଲ ସେଣ୍ଟ୍ରାଲ ଜେଲ୍‌କୁ ନିଆଯାଇଛି। ନୱାଜ ଏବଂ ତାଙ୍କ ଝିଅଙ୍କର ପାସପୋର୍ଟ ଜବତ କରାଯାଇଛି।

ଦୁର୍ନୀତି ମାମଲାରେ ନୱାଜ ସରିଫ୍ ଏବଂ ତାଙ୍କ ଝିଅ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜୁଲାଇ ୬ରେ ପାକିସ୍ତାନର ଆକାଉଣ୍ଟିବିଲିଟି କୋର୍ଟ ନୱାଜଙ୍କୁ ୧୦ ବର୍ଷ ଏବଂ ତାଙ୍କ ଝିଅ ମରିୟମଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହା ପୂର୍ବରୁ ନୱାଜଙ୍କୁ ପାନାମା ମାମଲାରେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଥିଲା। ଆବୁଧାବିରୁ ନୱାଜ ଏବଂ ତାଙ୍କ ଝିଅ ଆଜି ପାକିସ୍ତାନ ଆସିଥିଲେ।

Comment