ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ନିଜର ସୁରକ୍ଷା ପାଇଁ ବନ୍ଧୁକ କିଣୁଛନ୍ତି, ତାହେଲେ ଆପଣଙ୍କୁ ଲାଇସେନ୍ସ ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଚକ୍କର କାଟିବାକୁ ପଡ଼ିବ। ଯଦି ଲାଇସେନ୍ସ ମିଳିଗଲା, ତା’ହେଲେ ଏକ ଭଲ ବନ୍ଧୁକ କିଣିବା ପାଇଁ ଆପଣଙ୍କୁ ଲକ୍ଷେରୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆପଣ କେବେ ବି ଜାଣିନଥିବେ, ବିଶ୍ୱରେ ଏଭଳି ସ୍ଥାନ ଅଛି ଯେଉଁଠି ମୋବାଇଲଠୁ ବି ଏକେ-୪୭ ରାଇଫଲ ଶସ୍ତାରେ ମିଳୁଛି।

ପାକିସ୍ତାନର ପେଶାୱାର ସହରଠାରୁ ୩୫ କିମି ଦୂରରେ ଏଭଳି ଏକ ଗାଁ ରହିଛି, ଯେଉଁଠି ବିଶ୍ୱର ଯେକୌଣସି ବନ୍ଧୁକ ଖୋଜିଲେ ମିଳିବ। ଖାଲି ସେତିକି ନୁହେଁ, ଏହି ସ୍ଥାନରେ ସବୁଠୁ ଶସ୍ତାରେ ତିଆରି ହୋଇଥାଏ ବନ୍ଧୁକ। ଏହି ସ୍ଥାନକୁ ପୋଲିସ ଯିବାକୁ ବି ଭୟ କରିଥାଏ। ଏହି ସ୍ଥାନର ନାମ ହେଉଛି ‘ଦରୋ ଆଦମଖେଲ’। ଏହି ଛୋଟ ସହରଟି ପାହାଡ଼ ମଧ୍ୟରେ ରହିଛି। ଏଠାରେ ଅଟୋମେଟିକ୍ ଏବଂ ବିପଦଜନକ ମାରଣାସ୍ତ୍ର ତିଆରି ହୋଇଥାଏ।

ଏହି ଗାଁରେ ଘରେ ଘରେ ଲୋକେ ବନ୍ଧୁକ ତିଆରି କରିଥାନ୍ତି। ବଡ଼ ବଡ଼ ପିସ୍ତଲଠୁ ଆରମ୍ଭ କରି ଛୋଟ ଛୋଟ ପିସ୍ତଲ ଦାମ୍ ମାତ୍ର ୪୫୦୦ ଟଙ୍କାରୁ ୧୪ ହଜାର ଟଙ୍କାରେ ବିକ୍ରି ହେଉଛି। ଏଠାକାର କାରିଗରମାନେ ରୁଷ, ତୁର୍କୀ ଓ ବୁଲଗେରିଆରେ ନିର୍ମିତ ବନ୍ଧୁକ  ତିଆରି କରିଥାନ୍ତି। ଖାଲି ସେତିକି ନୁହେଁ, ବନ୍ଧୁକ ଉପରେ ଏକ ବର୍ଷ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଥାଏ। ୧୦ ବର୍ଷ ଭିତରେ ଜଣେ କାରିଗର ୧୦ ହଜାର ବନ୍ଧୁକ ତିଆରି କରିଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ତାଙ୍କ ନାଁରେ ଏପର୍ଯ୍ୟନ୍ତ ଗୋଟିଏ ଅଭିଯୋଗ ନଥିବା କହିଛନ୍ତି। ୧୯୮୦ ପରଠାରୁ ବନ୍ଧୁକ ତିଆରି କାରବାର ଏଠାରେ ଅଧିକ ହୋଇଥିବା ଜଣାପଡ଼ିଛି।

Comment