ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ପେହେଲି ବାର ମିଲେ ହେଁ, ମିଲତେ ହି ଦିଲ ନେ କାହା ମୁଝେ ପ୍ୟାର ହୋ ଗୟା’… ସାଜନ ଫିଲ୍ମର ଏହି ଗୀତଟିକୁ ବାରବାଟୀ ମଞ୍ଚରେ ଗାଇ ଦର୍ଶକଙ୍କ ମନ ଜିତିଛନ୍ତି ସଲମାନ।

କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଲମାନ ଖାନ୍‌ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। କଟକର ଆତ୍ମା ସହ ଯୋଡ଼ି ହୋଇଥିବା ଆଳୁଦମ ଓ ଦହିବରାର ପ୍ରଂଶସା କରିଛନ୍ତି ସଲମାନ। ଏମିତି କି କାର୍ଯ୍ୟକ୍ରମ ଶେଷରେ ଫେରିଯିବା ଆଗରୁ କଟକର ଆଳୁଦମ ଓ ଦହିବରା ଖାଇବେ ବୋଲି ମଞ୍ଚ ଉପରେ କହିଥିଲେ ସଲମାନ ଖାନ୍। ବାଲିଯାତ୍ରା କେମିତି ଚାଲିଛି ବୋଲି ଓଡିଆରେ ଦର୍ଶକଙ୍କୁ ପଚାରିଥିଲେ ସଲମାନ।

ଏହିକଥା ମଞ୍ଚ ଛାଡ଼ିବା ଆଗରୁ ଦର୍ଶକଙ୍କ ଚମକାଇ ଦେଇଥିଲେ ସଲ୍ଲୁ। ତାଙ୍କ ଏହି କଥା ପଦକ ଶୁଣିବା ପରେ ଦର୍ଶକଙ୍କ ଉତ୍ସାହ ଦୁଇ ଗୁଣିତ ହୋଇଯାଇଥିଲା। ଓଡ଼ିଆରେ ନିଜ ଅଭିଭାଷଣ ଆରମ୍ଭ କରି ଓଡ଼ିଆ ଲୋକଙ୍କୁ ଭଲ ପାଉଥିବା କହିଛନ୍ତି। ସଲମାନ ଖାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ବିଶ୍ୱକପ୍ ହକି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସଲମାନ ମଞ୍ଚରେ ଥିବାବେଳେ ସମ୍ପୂର୍ଣ୍ଣ ଗ୍ୟାଲେରୀରେ କେବଳ ଭାଇଜାନ ଶବ୍ଦରେ ପ୍ରକମ୍ପିତ ହୋଇଥିଲା। ତେବେ ସଲମାନ ହୁଏତ ଏହି ଗୀତ ପ୍ରଥମଥର ତାଙ୍କ ସାକ୍ଷାତ ଓଡ଼ିଶା ସହ ହୋଇଥିବାରୁ ଗାଇଛନ୍ତି ବୋଲି କୁହାଯାଇଛି।

Comment