ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ ପୋଲିସ୍‌ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ। ଜଣେ ଅପରାଧୀ ଗୁରୁତର ଥିବାବେଳେ ୨ଜଣ ଫେରାର୍‌ ଅଛନ୍ତି।

ଜୟପୁର ଇରିଗେସନ କଲୋନୀରେ ପୋଲିସ୍‌-ଅପରାଧୀ ମୁହାଁମୁହିଁ। ଗୁରୁବାର ବିଳମ୍ବିତ ରାତିରେ ପୋଲିସ୍‌ ପେଟ୍ରୋଲିଂ ସମୟରେ ପୋଲିସ୍‌ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ୍‌ ଗୁଳିମାଡ଼ରେ ଜଣେ ଅପରାଧୀ ଆହତ ଥିବାବେଳେ ୨ଜଣ ଫେରାର ଅଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ପାରାଗଡ଼ ନିକଟସ୍ଥ ଇରିଗେସନ କଲୋନୀରେ ପୋଲିସ୍‌ ପେଟ୍ରୋଲିଂ କରୁଥିଲା। ଏହି ସମୟରେ ଅପରାଧୀମାନେ ହଠାତ ପୋଲିସ୍‌ ଉପରକୁ ଗୁଳିଚାଳନା କରିଥିଲେ। ପୋଲିସ୍‌ ପାଲଟା ଜବାବରେ ୩ ରାଉଣ୍ଡ୍‌ ଗୁଳି ଚଳାଇଥିଲା। ପୋଲିସ୍‌ ଗୁଳିମାଡ଼ରେ ଜଣେ ଅପରାଧୀ ଗୁରୁତର ଆହତ ହୋଇଛି ଓ ଅନ୍ୟ ୨ଜଣ ଫେରାର୍‌ ଅଛନ୍ତି। ଆହତ ହୋଇଥିବା ଅପରାଧୀଙ୍କ ନାମ ଏସ କେ ଜାଭେଦ।

ପୂର୍ବରୁ ନରହତ୍ୟା, ଡକାୟତି ଏବଂ ଦାଦା ବଟି ଆଦାୟ ସମ୍ପୃକ୍ତରେ କୋରାପୁଟର ବିଭିନ୍ନ ଥାନାରେ ଏସ କେ ଜାଭେଦଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜୟପୁର ପୋଲିସ୍‌ ଗୁଳି ବିନିମୟସ୍ଥଳରୁ ୭ ଏମଏମର ଗୋଟିଏ ଦେଶୀ ପିସ୍ତଲ୍, ଦୁଇଟି ଫୁଟିଥିବା ଗୁଳି ଓ ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରିଛି।

Comment