ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚମତ୍କାରିତା ଏବଂ ଆଧ୍ୟାତ୍ମିକତା ପାଇଁ ବହୁ ମନ୍ଦିର ପ୍ରସିଦ୍ଧ କିନ୍ତୁ ଛତିଶଗଡ଼ ମହାସମୁଦ୍ର ଜିଲ୍ଲାର ଚଣ୍ଡୀ ଦେବୀଙ୍କର ଏହି ମନ୍ଦିରରେ ଭାଲୁଙ୍କର ପୁରା ପରିବାର ମାତାଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଆସି ପହଞ୍ଚିଯାନ୍ତି। ଭାଲୁଙ୍କର ଶ୍ରଦ୍ଧା ଦେଖିବା ପାଇଁ ଦୂର ଦୂରାନ୍ତରୁ ଏଠାରେ ଭକ୍ତମାନେ ଆସି  ପହଞ୍ଚନ୍ତି ।

ଦେଢ଼ଶହ ବର୍ଷର ପୁରୁଣା ମନ୍ଦିର

ପାହାଡ ଉପରେ ଅବସ୍ଥିତ ଏହି ମନ୍ଦିରର ଇତିହାସ ପାଖାପାଖି ଦେଢଶହ ବର୍ଷ ପୁରୁଣା। ପ୍ରତିଦିନ ସନ୍ଧ୍ୟା ସମୟରେ ଭାଲୁଙ୍କର ପରିବାର ମାତାଙ୍କ ମନ୍ଦିରରେ ଆସି ପହଞ୍ଚନ୍ତି। ମନ୍ଦିର ପରିକ୍ରମା କରନ୍ତି,ଏବଂ କାହାର କ୍ଷତି ନକରି ପ୍ରସାଦ ସେବନ କରି ଫେରିଯାନ୍ତି। ଯେତେବେଳେ ଭାଲୁଙ୍କର ଏକ ଦଳ ଆସେ ସେହି ସମୟରେ ଗୋଟିଏ ଭାଲୁ ମନ୍ଦିର ବାହାରେ ଠିଆ ହୋଇଥାଏ। ଅନ୍ୟ ଭାଲୁମାନେ ମନ୍ଦିର ଭିତରେ ପ୍ରବେଶ କରନ୍ତି। ସେମାନେ ମନ୍ଦିରରେ ଭକ୍ତମାନଙ୍କ ସହ ପାଳିତ ପଶୁ ଭାବରେ ବ୍ୟବହାର କରନ୍ତି। 

କେବେ ବି ଆକ୍ରମଣ କରନ୍ତିନି ଭାଲୁପଲ

ପ୍ରସାଦ ସେବନ ପରେ ସେମାନେ ଚୁପଚାପ ଜଙ୍ଗଲକୁ ଫେରିଯାଆନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ ଆକ୍ରମଣ କରନ୍ତି ନାହିଁ। ଗ୍ରାମବାସୀ ସେମାନଙ୍କ ପରିବାରକୁ ଜାମବନ୍ତ ପରିବାର ନାମରେ ଡାକନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାଧାରଣ ଭାବରେ ଜଙ୍ଗଲରେ ଭାଲୁ ସହ ଆମ୍ନାସାମ୍ନା ହେବାପରେ ସେମାନେ ହିଂସକ ହୋଇ ଉଠନ୍ତି କିନ୍ତୁ ଏଠାରେ ଭକ୍ତ ଏବଂ ଭାଲୁଙ୍କ ମଧ୍ୟରେ ଏହି ସମ୍ପର୍କ ଆଶ୍ଚର୍ଯ୍ୟର ବିଷୟ।

ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ମନ୍ଦିର

ଏହି ମନ୍ଦିର ପ୍ରଥମେ ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ଥିଲା। ତନ୍ତ୍ର ସାଧନା କରୁଥିବା ଲୋକମାନେ ଏହାକୁ ଗୋପନୀୟ ରଖିଥିଲେ। କିନ୍ତୁ ଧୀରେ ଧୀରେ ୧୯୫୦-୫୧ରେ ସାଧାରଣ ଲୋକ ଏହା ବିଷୟରେ ଜାଣିବାକୁ ପାଇଲେ।

Comment