ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’।
ଆଜି କେନ୍ଦ୍ରାପଡ଼ା ବନ୍ଦ – ସହରରେ ୧୪୪ ଧାରା ଜାରି
ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରସାଶନ।
ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷାରେ ରାଜଧାନୀ
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାନ୍ତି ଶୃଙ୍ଖଳାରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ଵରକୁ କଡ଼ା ସୁରକ୍ଷା ଭିତରେ ରଖିବାକୁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ହରିୟାଣା ଗୁରୁଗ୍ରାମରେ ଭୁଶୁଡ଼ିଲା ୪ ମହଲା କୋଠା, ଫସିରହିଛନ୍ତି ୮ରୁ ଅଧିକ ଲୋକ
ହରିୟାଣା ଗୁରୁଗ୍ରାମର ଉଲ୍ଲାୱାସ୍ ଗାଁରେ ଏକ ଅଘଟଣ ଘଟିଛି। ଗୁରୁବାର ସକାଳ ୫ଟା ପାଖାପାଖି ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠା ଭୁଶୁଡ଼ି ପଡ଼ିବା ହେତୁ ୮ରୁ ଅଧିକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।
ବେଗୁନିଆ ଥାନା ଭଙ୍ଗାରୁଜା ମାମଲା – ୧୬ ଗିରଫ
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଭଙ୍ଗାରୁଜା ମାମଲାରେ ପୋଲିସର ୩ଟି ଟିମ୍ ବେଗୁନିଆ, ବୋଲଗଡ଼ ଅଞ୍ଚଳରେ ଚଢ଼ାଉ କରିଛି। ବିଗତ ଦିନରେ ଜଣେ ସରକାରୀ କର୍ମଚାରୀ ଏବଂ ଦଳୀୟ କର୍ମୀଙ୍କୁ ହାତ ଉଠାଇ ଚର୍ଚ୍ଚାରେ ରହିଥିବା ବେଗୁନିଆ ବିଧାୟକ ଜଗଦ୍ଦେବଙ୍କ ବିରୋଧରେ ବୁଧବାର ଶହ ଶହ ଲୋକ ଉତ୍ତେଜନା କରିଥିଲେ।
କାହିଁକି ଜଙ୍ଗଲରେ ରୁହନ୍ତି ମୋଦି
ନିଜର ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିନ୍ତୁ ଏବେ ଆଉ ଏକ ଖୁଲାସା କରିଛନ୍ତି ନରେନ୍ଦ୍ର ମୋଦି। ସେ କହିଛନ୍ତି ପ୍ରତିବର୍ଷ ଦୀପାବଳିରେ ୫ଦିନ ପାଇଁ ବନବାସରେ ଯାଉଥିଲେ।
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ, ୧୬୮ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ, ୯୪କୋଟିର ଭିତ୍ତିପ୍ରସ୍ତର ସ୍ଥାପନ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲା ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୧୮କୋଟି ୬୬ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ୍ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ବିଜେଡିରେ ମିଶିଲେ ନବ ଦାସ
ବିଜେଡିରେ ମିଶିଲେ ବିଧାୟକ ନବ ଦାସ। ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ବିଜେଡିରେ ସାମିଲ ହୋଇଛନ୍ତି ନବ ଦାସ। ସେ ନିଜର ହଜାର ହଜାର ସମର୍ଥକଙ୍କ ସହ ଆଜି ବିଜେଡିରେ ସାମିଲ ହୋଇଛନ୍ତି।
ବିଜେପି ପାଇଁ ସହଜ ହେବନି ୨୦୧୯ ନିର୍ବାଚନ!
ଆଉ କିଛି ସପ୍ତାହର ପ୍ରତୀକ୍ଷା। ମୁଖ୍ୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ଫୁଙ୍କିବେ ବିଗୁଲ୍। ଏଥିପାଇଁ ପ୍ରମୁଖ ରାଜନୀତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଛୋଟ ଆଞ୍ଚଳିକ ଦଳମାନେ ଏକାଠି ହେଉଛନ୍ତି।
ରାହୁଲଙ୍କ ଗସ୍ତ ପୂର୍ବରୁ ନିରଞ୍ଜନଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତର ଦିନକ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୋଲିସ ନୋଟିସ ଜାରି କରିଛି। ନିରଞ୍ଜନଙ୍କ ସମେତ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବି ନୋଟିସ କରିଛି ଦିଲ୍ଲୀ ପୋଲିସର ଇଓଡବ୍ଲୁ।
ଶୁକ୍ରବାରଠୁ ମିଳିବ ‘କାଳିଆ’ ଟଙ୍କା, ପୁରୀରୁ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
‘କାଳିଆ’ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶିର ଶୁଭାରମ୍ଭ ପାଇଁ ପୁରୀଠାରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
୯ ଓଡ଼ିଆଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଦେଶରୁ ୮୬ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୯ ଓଡ଼ିଆ ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ। ଏନେଇ ଗୁରୁବାର ପ୍ରେସ୍ ଇନ୍ଫରମେସନ ବ୍ୟୁରୋ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।


















