ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଜାରି ରହିଛି ଶୀତ। ହାଲକା ବର୍ଷା ପରେ ଥଣ୍ଡା ଅନୁଭୂତ ହୋଇଛି। ଦୁଇଦିନ ହେଲା ରାତିର ତାପମାତ୍ରା କମିଛି। ଫେବ୍ରୁଆରି ୩ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ। ଫୁଲବାଣୀରେ ରାତିରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିଲା। କେନ୍ଦୁଝର, ସୁନ୍ଦରଗଡ଼, ହୀରାକୁଦ ଆଦି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।

ଏହି ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

କାଳ ୯ଟା ପର୍ଯ୍ୟନ୍ତ ଶୀତ ଅନୁଭୁତ ହେଉଛି। ଏଭଳି ପାଗ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୨୮.୫ ଡିଗ୍ରି ଥିଲା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨୩ରୁ ୨୬ ଡିଗ୍ରି ମଧ୍ୟରେ ରହିଥିଲା।

ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବାରୁ ଥଣ୍ଡାର ମାତ୍ରା ଟିକିଏ କମ୍ ରହିଥିଲା। ବୁଧବାରଠାରୁ ପୁଣିଥରେ ଥଣ୍ଡା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Comment