ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖଣ୍ଡଗିରିରେ ଆରମ୍ଭ ହୋଇଛି ଯାତ୍ରା ମହାସମର। ମୋଟ ୭ଟି ପେଣ୍ଡାଲରୁ ୩ଟି ରେ ଆରମ୍ଭ ହୋଇଛି ଯାତ୍ରା। ଗୁରୁବାରଠାରୁ ଘାଟିକିଆର ସନାତନ ସେବା ସମିତି, ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଏବଂ ଡୁମୁଡୁମା ଯୁବ ଅନୁଷ୍ଠାନ ମଞ୍ଚରେ ନାଟକ ଆରମ୍ଭ ହୋଇଯାଇଛି।

ଶୁକ୍ରବାରଠାରୁ ବରମୁଣ୍ଡା ମା’ ବାରଭୁଜା ସାଂସ୍କୃତିକ ପରିଷଦ ମଞ୍ଚରେ ଯାତ୍ରା ଆରମ୍ଭ ହେବ।

ସନାତନ ସେବା ସମିତି ମଞ୍ଚରେ ଧଉଳି ଗଣନାଟ୍ୟ ଯାତ୍ରା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରୁଛି। ଚଳିତ ବର୍ଷର ସୁପରହିଟ୍‌ ବହି ‘କହ ଗୌର ଦାସ କାହାର ଦୋଷ’ ଏବଂ ‘କିଛି ଲୁହ ପିଇ ଯାଏ ଓଠ’କୁ ନେଇ ଧଉଳି ଯାତ୍ରା ମଞ୍ଚକୁ ଦୁଲୁକାଉଛି। ସମ୍ପୂର୍ଣ୍ଣ ପାରିବାରିକ ବିଷୟ ବସ୍ତୁ ଉପରେ ଏହି ଦୁଇଟି ଯାତ୍ରା ଆଧାରିତ।

ମୁଖ୍ୟ କଳାକାର ଗୌର ଦାସ, ସୁନା, ନମିତା, ମହେନ୍ଦ୍ର ଦାସ, ସାନମଣି, ସଞ୍ଜୁଙ୍କୁ ନେଇ ଧଉଳି ସମୃଦ୍ଧ ହୋଇଛି।

ଧଉଳି ୧୮ ତାରିଖ ଯାଏଁ ଯାତ୍ରା ପରିବେଷଣ କରିବ। ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ  ତୁଳସି ଗଣନାଟ୍ୟ ଏହି ମଞ୍ଚରେ ଖେଳିବ। ‘ହସୁଛି କେବଳ କାନ୍ଦିବା ପାଇଁ ଓ ‘ସୀତା ଦେବେ ଆଜି ଅଗ୍ନି ପରୀକ୍ଷା’ ବହିକୁ ନେଇ ତୁଳସୀ ଦର୍ଶକଙ୍କ ମନୋରଞ୍ଜନ କରିବ। ସତ୍ୟ କମଲ, ହୃଷି, ରମା, ରଞ୍ଜିତ, ନିର ସ୍ୱାଇଁ, ଜୁଲି ପଣ୍ଡା, ଭାବନା, ସୋନାଲି, ରୁପାଲି, ପୁର୍ଣ୍ଣିମା ଆଦି କଳାକାର ଏହି ଯାତ୍ରାରେ ଅଭିନୟ କରିବେ।

ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ମଞ୍ଚକୁ ଦୁଲୁକାଉଛି ଗୌରୀ ଗଣନାଟ୍ୟ। ୧୪ରୁ ୧୮ ତିରଖ ଯାଏଁ ଗୌରୀ ଗଣନାଟ୍ୟ ‘ଗୌରୀ ନାନିର ନୂଆ ଠିକଣା’ ଓ ‘ବ୍ରହ୍ମାସ୍ତ୍ର’ ନାଟକ ପରିବେଷଣ କରିବ।

ଗୌରୀ ନାନୀର ନୁଆ ଠିକଣା ସମ୍ପୂର୍ଣ୍ଣ ପାରିବାରିକ ଥିବା ବେଳେ ବ୍ରହ୍ମାସ୍ତ୍ର ନାଟକ ଡିଟେକ୍ଟିଭ ଷ୍ଟୋରି ଉପରେ ଆଧାରିତ। ଏଥିରେ ମୁଖ୍ୟ କଳାକାର ଭାବେ ଦୀପୁ ବୋଷ, ପ୍ରିୟ, ସୁବ୍ରତ, ସଞ୍ଜୀବ, ରିନା ପଣ୍ଡା, ନିହୁଆ, ବୁଧିଆ ନନା, କୁନା ଏବଂ ରଞ୍ଜି ଆଦି କଳାକାର ଅଛନ୍ତି।

ଏହି ମଞ୍ଚରେ ୧୯ ରୁ ୨୫ ତାରିଖ ଯାଏଁ କଳିଙ୍ଗ ଗଣନାଟ୍ୟ ନାଟକ ପରିବେଷଣ କରିବାକୁ ପ୍ରସ୍ତୁତ ହେଉଛି। ‘ସ୍ୱାମୀ ଆସିଥିଲା ରାତିକ ପାଇଁ’ ଏବଂ ‘ଠିକଣା ହଜିଛି ଜଗା ଭାଇର’ ନାଟକ ଦର୍ଶକଙ୍କ ମନୋରଞ୍ଜନ ଯୋଗାଇବ ବୋଲି କମିଟର ପରିଚାଳକ କହିଛନ୍ତି। ସୁରେଶ ପଣ୍ଡା, ମାନ ପଣ୍ଡା, ମାମା, ଅଞ୍ଜନା, ଛବି, ଜଗାବାବୁ, ବାପି, ଲିଜାଙ୍କୁ ନେଇ କଳିଙ୍ଗ ମଞ୍ଚ ଦୁଲୁକାଇବ।

ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଏଥର ଯାତ୍ରାରେ ହେବାକୁ ଥିବା ରେକଡ୍ ଡ୍ୟାନ୍ସ ଉପରେ ବିଶେଷ ଗୁରୁତ୍ୱ ଦେଇଛି।

ଡୁମୁଡୁମା ଯୁବ ଅନୁଷ୍ଠାନ ମଞ୍ଚରେ ଯାତ୍ରା ପରିବେଷଣ କରୁଛି ସ୍ୱର୍ଣ୍ଣ ମହଲ। ‘ଆମ ଗାଁ ଜଗନ୍ନାଥ ତୁମ ଗାଁ ଆଲ୍ଲା’ ନାଟକକୁ ନେଇ ଯାତ୍ରା ପାର୍ଟି ହଇଚଇ କରୁଛି।

ଆଜିଠାରୁ ବରମୁଣ୍ଡା ମା’ ବାରଭୁଜା ସାଂସ୍କୃତିକ ପରିଷଦ ମଞ୍ଚରେ ୧୯ ତାରିଖ ପର୍ଯ୍ୟନ୍ତ ଶିବାନୀ ଗଣନାଟ୍ୟର ନାଟକ ପରିବେଷଣ କରିବ।

Comment