ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯେତେବେଳେ ପୁରା ଦେଶ ଭାଲେଣ୍ଟାଇନ୍ସ ଡେକୁ ସେଲିବ୍ରେଟ କରୁଥିଲା ସେତେବେଳେ ହଠାତ୍‌ ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କୀ ହମଲା ହେଲା। କେହି କିଛି ଭାବିବା ଆଗରୁ ୪୪ଜଣ ଯବାନ ସହିଦ ହୋଇଗଲେ। ଅନେକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ପରେ ପୂରା ଭାରତ ଯେମିତି ଲୁହରେ ଛଳଛଳ ହୋଇଯାଇଛି। ସବୁଠି ପ୍ରତିଶୋଧର ସ୍ୱର, ସହିଦଙ୍କୁ ସମ୍ମାନ।

ଲୋକମାନେ ସରକାରଙ୍କୁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରୁଛନ୍ତି। ଏସବୁ ଭିତରେ ନେତା ତଥା ପୂର୍ବ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ମନ୍ତବ୍ୟ ଯେମିତି ଲୋକଙ୍କୁ ଆଘାତ ଦେଇଛି। ଏହି ବୟାନ ପରେ ଲୋକେ ଦ କପିଲ ଶର୍ମା ଶୋରୁ ସିଦ୍ଧୁଙ୍କୁ ହଟାଇବାକୁ କହିବା ଆରମ୍ଭ କରିଛନ୍ତି।

ଏମିତି କି ଲୋକେ କହିଛନ୍ତି ସିଦ୍ଧୁଙ୍କୁ ନହଟାଇଲେ ଶୋକୁ ହିଁ ଲୋକେ ବୟକଟ୍‌ କରିବେ। ଏହା ସହିତ ସିଦ୍ଧୁଙ୍କ ବିରୋଧରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଓ ପୋଷ୍ଟ କରାଯାଉଛି। ଏପରିକି ସିଦ୍ଧୁଙ୍କୁ ହଟାଇବା ଲାଗି ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ବି ନିବେଦନ କରିଛନ୍ତି ଦର୍ଶକ।

ଏତେ ବିରୋଧ ପରେ ଦ କପିଲ ଶର୍ମା ଶୋର ପରବର୍ତ୍ତୀ ଅଧ୍ୟାୟରେ ସିଦ୍ଧୁଙ୍କୁ ହଟାଯାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Comment