ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଦହିକୋଠି ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।

ମୃତ ଯୁବକମାନଙ୍କ ମଧ୍ୟରୁ ୩ ଜଣ ବେତନଟୀ ଅଞ୍ଚଳର। ଅନ୍ୟ ଜଣେ ଯୁବକଙ୍କ ଘର ବାଲେଶ୍ୱର ବୋଲି ଜଣାପଡ଼ିଛି। ଏହି ଯୁବକମାନେ ରବିବାର ରାତିରେ ବାରିପଦାର ଏକ ବିବାହ ଭୋଜିରୁ ରୋଷେଇ ସାରି ଦୁଇଟି ମୋଟର ସାଇକେଲରେ ଫେରୁଥିଲେ। ସେହି ସମୟରେ ସାସ୍ନାରୁ ଆସିଥିବା ଏକ ଟ୍ରଲର ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେତନଟୀ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Comment