ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓସ୍କାର ୨୦୧୯ ଆୱାର୍ଡ ସମାରୋହ ପରେ ସେଠାରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଯେଉଁ ପାର୍ଟିର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ହଲିଉଡର ସିଙ୍ଗର ନିକ୍‌ ଜୋନ୍ସ ଏଥିରେ ସାମିଲ ହୋଇଥିଲେ।

ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ୍‌ ପେଜରେ ନିଜ ସ୍ୱାମୀ ସହ କରିଥିବା ଫଟୋସୁଟର କିଛି ଫଟୋ ଶେୟାର କରିଛନ୍ତି। ଯେଉଁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏହି ପୋଷ୍ଟରେ ପ୍ରିୟଙ୍କା ବ୍ଲାକ୍‌ ଡ୍ରେସରେ ସୁନ୍ଦର ଲାଗୁଥିଲେ ନିକ୍‌ ବି ବ୍ଲୁ ଡ୍ରେସରେ ହ୍ୟାଣ୍ଡସମ୍‌ ଲାଗୁଥିଲେ। ଫଟୋରେ ଉଭୟଙ୍କ କମେଣ୍ଟକୁ ନେଇ ଫ୍ୟାନ୍‌ ମାନେ ଅନେକ ପ୍ରଶଂସା କରୁଛନ୍ତି। ପ୍ରିୟଙ୍କାଙ୍କ ଅନୁସାରେ ନିକ୍‌ ତାଙ୍କୁ ସବୁବେଳେ ହସାଇଥାନ୍ତି। ଯେଉଁଥିରେ ଫ୍ୟାନ୍‌ଙ୍କ ଅନେକ ଲାଇକ୍‌ ଓ କମେଣ୍ଟ ଆସୁଛି।

୨୦୧୮ରେ ପ୍ରିୟଙ୍କା ଓ ନିକ ଜୋନ୍ସ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଯେଉଁ ବିବାହକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଛି। ବିବାହ ପରେ ଉଭୟଙ୍କୁ ଅନେକ ପାର୍ଟିରେ ଦେଖିବାକୁ ମିଳିଛି ଯେଉଁଠି ଏହି କପୁଲ ଟିକେ ଅନ୍ଦାଜରେ ନଜର ଆସିଛନ୍ତି। ଏମାନଙ୍କ ଫଟୋ ସୋସିଆଲ ମିଡିଆରେ ଅଧିକ ଟ୍ରେଣ୍ଡବି କରିଥାଏ। ଏସବୁରୁ ଲାଗୁଛି କି ପ୍ରିୟଙ୍କା ଓ ନିକ୍‌ ମେଡ ଫର ଇଚ ଅଦର।

Comment