ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ୫ ନମ୍ଵର କ ଜାତୀୟ ରାଜପଥର କଜଳା ମଡରପୁର ଗଡା ନିକଟରେ ଏକ ହୃଦୟ ବିଦାରକ ଘଟଣା ଘଟିଛିା ସ୍ତ୍ରୀ ଆଖି ସାମ୍ନାରେ ସ୍ୱାମୀ ଏବଂ ଝିଅର ଜୀବନ ଚାଲି ଯାଇଛିା

ଘଟଣାଟି ଥିଲା ଏମିତିା କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଓରତି ଗାଁର ସୁଶାନ୍ତ ନାୟକ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ପୁଅଙ୍କୁ ବାଇକରେ ନେଇ ପଟ୍ଟାମୁଣ୍ଡାଇ ଯାଇଥିଲେ। ପଟ୍ଟାମୁଣ୍ଡାଇରୁ ଘରକୁ ଫେରୁଥିବା ବେଳେ ପୁଅକୁ ସୌଚ ଲାଗିବାରୁ ସ୍ତ୍ରୀ ପାଖ ଜୋରକୁ ପୁଅକୁ ନେଇ ଯାଇଥିଲେ। ରାସ୍ତା କଡରେ ବାପ ଝିଅ ଠିଆ ହୋଇଥିଲେ। ପାରାଦୀପ ଆଡୁ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ଵା ହଠାତ ଭାରସାମ୍ୟ ହରାଇ ବାପା ଝିଅଙ୍କ ଉପରେ ମାଡ଼ି ଯାଇଥିଲା। ହାଇଓ୍ଵା ତଳେ ଚାପିହୋଇ ବାପ ଝିଅଙ୍କର ଜୀବନ ଚାଲି ଯାଇଥିଲା।

ମୃତକମାନେ ହେଲେ ଓରତି ଗାଁର ସୁଶାନ୍ତ ନାୟକ ଓ ତାଙ୍କର ୧୨ ବର୍ଷର ଝିଅ ନନ୍ଦିନୀ ନାୟକ। ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଦୁଇ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ୫ ନମ୍ଵର କ ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା ବନ୍ଦ କରିବା ଓ ମୃତକ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିକରି ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।

Comment