ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଭୁବନେଶ୍ୱର ଲୋକସଭା ସିଟ୍ – ପ୍ରାର୍ଥିପତ୍ର ଦାଖଲ କଲେ ଅପରାଜିତା

ଭୁବନେଶ୍ୱର ଲୋକସଭା ଆସନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ଶହ ଶହ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବିଭୁ ତରାଇ ଧରିଲେ ପଦ୍ମ

କଂଗ୍ରେସରୁ ଇସ୍ତଫା ଦେଇଥିବା ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପାର୍ଟି ଅଫିସରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଭୁ ପଦ୍ମ ଧରିଛନ୍ତି।ବିଭୁଙ୍କୁ କଂଗ୍ରେସ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଟିକେଟ ଦେଇଥିଲା। ଟିକେଟ ଘୋଷଣା ହେବା ପରେ ସେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ।

ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଗୁରୁବାର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସ ୩ଟି ସ୍ଥାନରୁ ତା’ର ପ୍ରାର୍ଥୀ ବଳଦାଇଛି। ଗୋଟିଏ ଲୋକସଭା ଆସନ ସହିତ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଦଳ କେନ୍ଦୁଝର ଆସନରୁ ଫକୀର ନାୟକଙ୍କ ବଦଳରେ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ମୋହନଙ୍କୁ ତେଲକୋଇ ବିଧାନସଭା ପାଇଁ କଂଗ୍ରେସ ଟିକେଟ୍‌ ଦେଇଥିଲା। ତେଲକୋଇ ବିଧାନସଭା ଆସନରେ କଂଗ୍ରେସ ପ୍ରଶାନ୍ତ ଦଳେଇଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ପାଟଣା ଆସନରୁ ଗୋପେଶ୍ୱର ନାୟକଙ୍କ ବଦଳରେ ବିନୋଦ ନାୟକଙ୍କୁ ପ୍ରାର୍ଥୀ କରିଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏପ୍ରିଲ ୭ରେ ଓଡ଼ିଶା ଆସିବେ ଅମିତ ଶାହ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋର ସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଏପ୍ରିଲ ୭ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋଟିଏ ସପ୍ତାହରେ ପରେ ଅମିତ ଶାହା ଓଡ଼ିଶାକୁ ପୁଣିଥରେ ଗସ୍ତ କରୁଛନ୍ତି। ଏହି ଗସ୍ତ ସମୟରେ ଶାହ ବରଗଡ଼ ଓ ପୋଲସରାରେ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ। ଏ ନେଇ ବିଜେପି ରାଜ୍ୟ ସମ୍ପାଦକ ଜତୀନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶିବରାଜ ସିଂ ଚୌହନ, ରଘୁବର ଦାଶଙ୍କ ପରି ବରିଷ୍ଠ ନେତା ଆସି ଓଡ଼ିଶାରେ ବିଜେପି ଲାଗି ପ୍ରଚାର କରିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଓଡ଼ିଶା ଲୋକସଭା ନିର୍ବାଚନ – ବିଜେଡି ୭, ବିଜେପି ୧୩, କଂଗ୍ରେସ ୧!

ଦିଲ୍ଲୀପ ରାୟ କୌଣସି ଦଳରେ ଯୋଗ ଦେବେ ନାହିଁ କାହିଁକି?

ଏଥର ମହିଳା ବ୍ରିଗେଡକୁ ମିଳିଲାନି ଟିକେଟ

ଫିଲ୍ମ ଷ୍ଟାରଙ୍କ ରାଜନୀତି ଆଉ କାମ ଦେଉନି

ମୁଁ ବ୍ରହ୍ମଗିରିର ଝିଅ – ଉପାସନା

ରେଢାଖୋଲରେ ତ୍ରିମୁଖୀ ଲଢେଇ, ଫାଇଦାରେ ବିଜେଡି

Comment