ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ଭୋଟରଙ୍କୁ ଧନ୍ୟବାଦ ଦେଲେ ନବୀନ – କହିଲେ, “ଏଥର ଭଲ ପ୍ରଦର୍ଶନ କରିବ ବିଜେଡି”

୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ଶେଷ ହୋଇଛି। ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ମତ ସାବ୍ୟସ୍ତ କରିଥିବା ଭୋଟରଙ୍କୁ ଧନ୍ୟବାଦ ଦେଇ ନବୀନ କହିଛନ୍ତି, “୨୦୧୪ ତୁଳନାରେ ଏଥର ବିଜେଡି ଭଲ ପ୍ରଦର୍ଶନ କରିବ’’।

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଶାନ୍ତି ଶୃଙ୍ଖଳାର ସହ ଓଡ଼ିଶାରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ। ବିଭିନ୍ନ ବୁଥ ଆଗରେ ଧାଡ଼ିରେ ଆସି ଭୋଟର ଦେଇଥିଲେ ଭୋଟ। ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ମତଦାନ। ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇ ଭୋଟର ଇଭିଏମ ମେସିନରେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିଛନ୍ତି। ମେ’୨୩ରେ ଫଳଫଳ ଜଣାପଡ଼ିବ।

ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ମତଦାନ

୨୦୧୯ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ପ୍ରଥମ ପଯ୍ୟାୟ ମତଦାନ ଗୁରବାର ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟର ୯୧ଟି ସିଟ୍‌ରେ ମତଦାନ ହୋଇଛି। ବିହାରର ୪ଟି ଆସନ, ଛତିଶଗଡ଼ ବସ୍ତର ଆସନ, ଓଡ଼ିଶାର ୪ଟି ଆସନ, ଆସାମର ୫ଟି, ଜମ୍ମୁ କଶ୍ମୀରର ୨ଟି, ମହାରାଷ୍ଟ୍ରର ୭ଟି  ଆସନରେ ମତାଦାନ ହୋଇଛି।

ମାଲକାନଗିରିରେ ବୁଥ୍‌ ଭିତରେ ପୁଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମାଲାକାନଗିରିରେ ପୁଲିଂ ପାର୍ଟିକୁ ବୁଥ୍‌ ଭିତରେ ତାଲ ପକାଇଛନ୍ତି ଗ୍ରାମବାସୀ।  ଇଭିଏମ୍‌ ଟାମ୍ପରିଂ ଅଭିଯୋଗରେ ଗାଁ ଲୋକେ ପୁଲିଂ କର୍ମଚାରୀଙ୍କୁ ତାଲା ପକାଇଥିବା ସୂଚନା ମିଳିଛି। ଏମ୍‌ପିଭି- ୬୫ରେ  ଭୋଟିଂ ଶେଷ ପରେ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ କରି ୨୦୦ରୁ ଅଧିକ ଗାଁ ଲୋକ କର୍ମଚାରୀଙ୍କୁ ବୁଥ୍‌ ଭିତରେ ତାଲା ପକାଇଛନ୍ତି।

୧୫ଟି ବୁଥରେ ପଡ଼ିଲାନି ଖଣ୍ଡେ ଭୋଟ, ସ୍ୱାଭିମାନ ଅଞ୍ଚଳରୁ ଫେରି ଆସିଲେ ପୋଲିଂ ପାର୍ଟି

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ୧୫ଟି ବୁଥରେ ଆଜି ଭୋଟିଂ ହୋଇନି। ପୋଲିଂ ପାର୍ଟି ସକାଳୁ ଭୋଟରଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ଭୋଟର ଭୋଟ ଦେବାକୁ ଆସି ନଥିଲେ। ମାଓ ପ୍ରବଣ ଅଞ୍ଚଳରେ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ସମୟ ନିର୍ଦ୍ଧାରଣ କରିଥିଲେ। ନିର୍ଦ୍ଧାରିତ ସମୟ ଭିତରେ କୌଣସି ଭୋଟର ଭୋଟ ଦେବାକୁ ନଆସିବାରୁ ପୋଲିଂ ପାର୍ଟି ଫେରି ଆସିଛନ୍ତି।

ପ୍ରିୟଙ୍କାଙ୍କ ଟୁଇଟ୍‌- ରାଜନୀତିର ଲକ୍ଷ୍ୟ ଲୋକଙ୍କ ସେବା ଓ ସମର୍ପଣ

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଗୁରୁବାର ରାୟବରେଲୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସାଙ୍ଗରେ ଝିଅ ପ୍ରିୟଙ୍କା ଗାନ୍ଧି, ପୁଅ ରାହୁଲ ଗାନ୍ଧି ରହିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରିୟଙ୍କା ଏକ ଟୁଇଟ କରିଛନ୍ତି। ରାଜନୀତିର ଲକ୍ଷ୍ୟ ଲୋକଙ୍କ ସେବା ଏବଂ ସମର୍ପଣ ଅଟେ  ଯାହାକୁ ବି ଏହି ସୁଯୋଗ ମିଳୁଛି ସେମାନେ ଜନତାଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି ପ୍ରିୟଙ୍କା ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି।

ଭୋଟରଙ୍କୁ ମୋଦି ଓ ଶାହଙ୍କ ଅପିଲ – ‘ପ୍ରଥମେ ମତଦାନ ପରେ ଜଳପାନ’

ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ୨୦ରାଜ୍ୟରେ ୯୧ ଆସନ ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ  ଦେଶର ପ୍ରତି ଭୋଟରଙ୍କୁ ଅପିଲ କରିଛନ୍ତି କି ପ୍ରଥମେ ମତଦାନ ପରେ ଜଳପାନ। ଏହାସହିତ ମୋଦି ଯୁବ ଓ ପ୍ରଥମଥର ଭୋଟ ଦେଉଥିବା ଭୋଟରଙ୍କ ପାଇଁ ବିଶେଷ ଆଗ୍ରହ ଦେଖାଇଛନ୍ତି।

ବିଜୟ ନାୟକ ହେଲେ ବିଜେଡିର ସାଧାରଣ ସମ୍ପାଦକ

ବିଜୟ ନାୟକଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସେ ଦଳର ସମ୍ପାଦକ ପଦବୀରେ ଥିଲେ। ସମ୍ପାଦକ ହେବା ପୂର୍ବରୁ ବିଜୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ

ଓଡ଼ିଶାରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

୧୬ରେ ପୁଣି ଆସିବେ ମୋଦି, ଭୁବନେଶ୍ୱର-ସମ୍ବଲପୁରରେ ଦେବେ ଉଦବୋଧନ

ଓଡ଼ିଶାରେ ନିର୍ବାଚନ ପ୍ରଚାର ଜୋର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁଣି ଥରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେବେ।

ବୌଦ୍ଧରେ ନବୀନ କଲେ ପ୍ରଚାର, ପୁଣି କେନ୍ଦ୍ରକୁ ନିଶାନା

ଓଡ଼ିଶାର ଆଜି ୪ ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୌଦ୍ଧର ପୁରୁଣା କଟକ ଅଞ୍ଚଳରେ ନବୀନ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଚୌଦ୍ୱାର-କଟକରେ ତ୍ରିମୁଖୀ ଲଢ଼େଇ, ଜମୁଛି ପ୍ରଚାର

ଦୁନିଆର ସବୁଠୁ କମ୍‌ ଉଚ୍ଚତା ଥିବା ମହିଳା ଦେଲେ ଭୋଟ

Comment