ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋElection Update 7PM

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ

ଓଡ଼ିଶାରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

election vote

୯ଟି ବୁଥରେ ପଡ଼ିଲାନି ଖଣ୍ଡେ ଭୋଟ, ସ୍ୱାଭିମାନ ଅଞ୍ଚଳରୁ ଫେରି ଆସିଲେ ପୋଲିଂ ପାର୍ଟି

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ୯ଟି ବୁଥରେ ଆଜି ଭୋଟିଂ ହୋଇନି। ପୋଲିଂ ପାର୍ଟି ସକାଳୁ ଭୋଟରଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ଭୋଟର ଭୋଟ ଦେବାକୁ ଆସି ନଥିଲେ।

ପ୍ରିୟଙ୍କାଙ୍କ ଟୁଇଟ୍‌- ରାଜନୀତିର ଲକ୍ଷ୍ୟ ଲୋକଙ୍କ ସେବା ଓ ସମର୍ପଣ

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଗୁରୁବାର ରାୟବରେଲୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସାଙ୍ଗରେ ଝିଅ ପ୍ରିୟଙ୍କା ଗାନ୍ଧି, ପୁଅ ରାହୁଲ ଗାନ୍ଧି ରହିଥିଲେ। ପ୍ରାର୍ଥିପତ୍ର ଦାଖଲ ପରେ ପ୍ରିୟଙ୍କା ଏକ ଟୁଇଟ କରିଛନ୍ତି। ରାଜନୀତିର ଲକ୍ଷ୍ୟ ଲୋକଙ୍କ ସେବା ଏବଂ ସମର୍ପଣ ଅଟେ  ଯାହାକୁ ବି ଏହି ସୁଯୋଗ ମିଳୁଛି ସେମାନେ ଜନତାଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି ପ୍ରିୟଙ୍କା ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି।

ବିଜୟ ନାୟକ ହେଲେ ବିଜେଡିର ସାଧାରଣ ସମ୍ପାଦକ

ବିଜୟ ନାୟକଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ସେ ଦଳର ସମ୍ପାଦକ ପଦବୀରେ ଥିଲେ। ସମ୍ପାଦକ ହେବା ପୂର୍ବରୁ ବିଜୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ଭୋଟରଙ୍କୁ ମୋଦି ଓ ଶାହଙ୍କ ଅପିଲ – ‘ପ୍ରଥମେ ମତଦାନ ପରେ ଜଳପାନ’

ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ୨୦ରାଜ୍ୟରେ ୯୧ ଆସନ ଲାଗି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ  ଦେଶର ପ୍ରତି ଭୋଟରଙ୍କୁ ଅପିଲ କରିଛନ୍ତି କି ପ୍ରଥମେ ମତଦାନ ପରେ ଜଳପାନ। ଏହାସହିତ ମୋଦି ଯୁବ ଓ ପ୍ରଥମଥର ଭୋଟ ଦେଉଥିବା ଭୋଟରଙ୍କ ପାଇଁ ବିଶେଷ ଆଗ୍ରହ ଦେଖାଇଛନ୍ତି।

୧୬ରେ ପୁଣି ଆସିବେ ମୋଦି, ଭୁବନେଶ୍ୱର-ସମ୍ବଲପୁରରେ ଦେବେ ଉଦବୋଧନ

ଓଡ଼ିଶାରେ ନିର୍ବାଚନ ପ୍ରଚାର ଜୋର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁଣି ଥରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ୱର ଓ ସମ୍ବଲପୁରରେ ଆୟୋଜିତ ସଭାରେ ଯୋଗ ଦେବେ। ସେହିପରି ଆସନ୍ତା କାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି କେନ୍ଦୁଝରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ।

ମାଓବାଦୀଙ୍କ ଧମକକୁ ଖାତିର ନକରି ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ

ଛତିଶଗଡ ସୁକମାର ଦୌରାନପାଳର ରହୁଥିବା ଜଣେ ବୃଦ୍ଧା ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବୃଦ୍ଧାଙ୍କ ବୟସ ୧୦୨, ଚାଲିବାକୁ ଶକ୍ତି ନାହିଁ ତଥାପି ଗଣତନ୍ତ୍ରର ଏହି ମହାଯୁନ୍ଧରେ ସେ ନିଜକୁ ସାମିଲ କରିଛନ୍ତି।

ବୌଦ୍ଧରେ ନବୀନ କଲେ ପ୍ରଚାର, ପୁଣି କେନ୍ଦ୍ରକୁ ନିଶାନା

ଓଡ଼ିଶାର ଆଜି ୪ ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବୌଦ୍ଧର ପୁରୁଣା କଟକ ଅଞ୍ଚଳରେ ନବୀନ ନିର୍ବାଚନୀ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।

କଂଗ୍ରେସରେ କେଁ : ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ସୋନାଲି ସାହୁ

କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଆଜି ଦଳରୁ ଇସ୍ତଫା ଦେବା ସହିତ ପିସିସି ସଭାପତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଟିକେଟ ଘୋଷଣାକୁ ନେଇ ସୋନାଲି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।ସୋନାଲି ଖୋର୍ଦ୍ଧା ବିଧାନସଭା ଆସନ ଲାଗି ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ମାତ୍ର ଦଳ ସେଠାରୁ ଅନ୍ୟଜଣଙ୍କୁ ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି। ସୋନାଲିଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

ଆସନ୍ତା କାଲି ଓଡ଼ିଶା ଆସିବେ ଅମିତ ଶାହ

ଆଜି ରାଜ୍ୟର ୪ଟି ଲୋକସଭା ୨୮ଟି ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ମତାଦାନ ହେଉଥିଲାବେଳେ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।ଅମିତ ଶାହ କେନ୍ଦୁଝର ଆସିବେ। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ସଭାରେ ଶାହ ଯୋଗ ଦେବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

୩ଥର ବିଡ଼ିଓ ବୁଝାଇବା ପରେ ବି ଭୋଟ ଦେବାକୁ ରାଜି ହେଉନାହାନ୍ତି ଭୋଟର

ଚୌଦ୍ୱାର-କଟକରେ ତ୍ରିମୁଖୀ ଲଢ଼େଇ, ଜମୁଛି ପ୍ରଚାର

ଦୁନିଆର ସବୁଠୁ କମ୍‌ ଉଚ୍ଚତା ଥିବା ମହିଳା ଦେଲେ ଭୋଟ

Comment