ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ

‘‘ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଘଟି ନଥିବା ଖବର ଆସିଛି। ଯେଉଁଠି ଭୋଟରମାନେ ଭୋଟ ବର୍ଜନ କରିଛନ୍ତି ସେମାନଙ୍କ ସହ ଆମ ଅଧିକାରୀମାନେ ଆଲୋଚନା ଚଳାଇଛନ୍ତି’’, କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

କଂଗ୍ରେସରେ କେଁ : ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ସୋନାଲି ସାହୁ

କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଆଜି ଦଳରୁ ଇସ୍ତଫା ଦେବା ସହିତ ପିସିସି ସଭାପତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଟିକେଟ ଘୋଷଣାକୁ ନେଇ ସୋନାଲି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।ସୋନାଲି ଖୋର୍ଦ୍ଧା ବିଧାନସଭା ଆସନ ଲାଗି ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ମାତ୍ର ଦଳ ସେଠାରୁ ଅନ୍ୟଜଣଙ୍କୁ ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି। ସୋନାଲିଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି।

ଆସନ୍ତା କାଲି ଓଡ଼ିଶା ଆସିବେ ଅମିତ ଶାହ

ଆଜି ରାଜ୍ୟର ୪ଟି ଲୋକସଭା ୨୮ଟି ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ମତାଦାନ ହେଉଥିଲାବେଳେ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।ଅମିତ ଶାହ କେନ୍ଦୁଝର ଆସିବେ। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ସଭାରେ ଶାହ ଯୋଗ ଦେବେ।

୩ଥର ବିଡ଼ିଓ ବୁଝାଇବା ପରେ ବି ଭୋଟ ଦେବାକୁ ରାଜି ହେଉନାହାନ୍ତି ଭୋଟର

ନବରଙ୍ଗପୁର ଜିଲ୍ଲା ନନ୍ଦ।ହାଣ୍ଡି ବ୍ଲକର ପକନାଗୁଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଏହି ବୁଥରେ ମୋଟ ୩୭୨ ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଭୋଟ ପଡ଼ିନାହିଁ। ଗାଁରେ ଅନେକ ଦିନହେବ ଜଳ ସମସ୍ୟା , ବିଜୁଳି , ରାସ୍ତା ସମସ୍ୟା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଁରେ ଏ ଯାଏଁ  କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଇନଥିବାରୁ ସେମାନେ ଭୋଟ ବର୍ଜନ କରିଥିବା କହିଛନ୍ତି। ଏହାସହ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି

ଜୟପୁରରେ ମଧ୍ୟ କିଛି ବୁଥରେ ଇଭିଏମ୍‌ ସମସ୍ୟା ଦେଖାଦେଇଥିଲା। ଯେଉଁଥି ପାଇଁ ଜୟପୁରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି। କିଛିସମୟ ଅପେକ୍ଷା କରିବା ପରେ ଇଭିଏମ୍‌ ମେସିନ୍‌ ସଜଡ଼ା ଯାଇଥିଲା। ଯାହାପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଭୋଟ ଦେଇଥିଲେ।

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି। ରାଜ୍ୟ ନିର୍ବାଚନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ପାଖାପାଖି ୭ ହଜାର ବୁଥ୍‌ରେ ମତଦାନ ହୋଇଛି।

 

 

ଭୋଟ ଦେଲେ ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା

ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ମତଦାନ ଦେଇଛନ୍ତି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ସ୍କୁଲର ୧୬୮ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି ବିକ୍ରମ ପଣ୍ଡା।

ଭୋଟ ଦେଲେ ବସନ୍ତ ପଣ୍ଡା

କଳହାଣ୍ଡି ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ଥିବା ବସନ୍ତ ପଣ୍ଡା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଆସି ଭୋଟ ଦେଇଛନ୍ତି। ଭୋଟ ଦେବାପରେ ସମସ୍ତେ ଗଣତନ୍ତ୍ରର ଏହି ଉତ୍ସବରେ ସାମିଲ ହୋଇ ଭୋଟ ଦିଅନ୍ତୁ ବୋଲି ଅପିଲ କରିଛନ୍ତି।

ଇଭିଏମ୍ ଅଚଳ – ଭୋଟ୍ ନ ଦେଇ ଫେରିଗଲେ ଭୋଟର୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଯାଇଛି। କିନ୍ତୁ ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରେ ଭୋଟରମାନେ ଭୋଟ୍ ନ ଦେଇ ଫେରିଯାଇଛନ୍ତି। ଜୁନାଗଡ଼ର କୁହୁରା ଓ କଣ୍ଟାମାଳ ବୁଥ୍‌ରେ ଭିଭିପାଟ ଅଚଳ ହୋଇପଡ଼ିଥିଲା। ଫଳରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇ ରହିଥିଲେ। ଅଚଳ ଉଭିଏମ୍‌ ସଜଡ଼ାରେ ବିଳମ୍ବ ଯୋଗୁଁ ଫେରିଗଲେ ଭୋଟର୍‌।

 

ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ  ଭୋଟ ଦେଇଛନ୍ତି। ତାଙ୍କ ସହିତ ଭୟାଜୀ ଜୋଶୀ ମଧ୍ୟ ମତଦାନ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଲୋକସଭା କ୍ଷେତ୍ରରେ ଭୋଟ ଦେଇଛନ୍ତି ମୋହନ ଭାଗବତ।

ଆଜି ବହୁ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭିତରେ ରୋମାଞ୍ଚକର ଟକ୍କର ହେବ ବୋଲି ଜଣାପଡ଼ିଛି। କେବଳ କେନ୍ଦ୍ର ମନ୍ତ୍ରୀ ନୁହନ୍ତି ବିଭିନ୍ନ ଦଳର ତୁଙ୍ଗ ନେତାମାନେ ବି ସେମାନଙ୍କ ଭାଗ୍ୟ ପରୀକ୍ଷା ହେବ।

 

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବ୍ରହ୍ମପୁର – ଗୁରୁବାର ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କେନ୍ଦ୍ରାପଡ଼ାରେ ଅନୁଭବ-ବୈଜୟନ୍ତ ଲଢ଼େଇ : ଜାଣନ୍ତୁ କାହାର କେତେ ସମ୍ପତ୍ତି?

ବିଜେଡି-ବିଜେପି ପାଇଁ ‘କର ବା ମର’ ପରିସ୍ଥିତି

ମୁଁ ଦୁଇ ମା’ଙ୍କ ପାଇଁ ପ୍ରଚାର କରୁଛି – ବାବୁସାନ

ରହିଛି ରହିବି ବିଜେଡି ପାଇଁ – ଅରିନ୍ଦମ

Comment