ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ପିଏନ(ପ୍ରାଣନାଥ)କଲେଜରେ ଅଗ୍ନିକାଣ୍ଡ ହୋଇଛି। ଯୁକ୍ତଦୁଇ ଖାତାଦେଖା ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

କେଉଁ କାରଣ ଲାଗି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ନିଆଁ ଲାଗିବା ନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Comment