ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ବିଶ୍ୱଜିତ ମହାନ୍ତି

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱଜିତ ମହାନ୍ତି। ବିଶ୍ୱଜିତ ମହାନ୍ତି ବିଜେପିର ମୁଖପାତ୍ର ଥିଲେ। ବାରବାଟୀ-କଟକ ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିଲେ। ବାରବାଟୀ-କଟକରୁ ବିଜେପି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଟିକେଟ ଦେଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ବିଶ୍ୱଜିତ ବିଜେପି ଛାଡ଼ିଥିବା କୁହାଯାଉଛି।

ଜନ ପ୍ରତିନିଧି କେମିତି ହେବା ଦରକାର? ଭୋଟ ଦେଇ ନିଜର ମତ ଦେଲେ ବ୍ରହ୍ମପୁର ଭୋଟର

‘‘ମତେ କଷ୍ଟ ନିଶ୍ଚୟ ହେଉଛି, କିନ୍ତୁ ଭୋଟ ହେଉଛି ମୋର ମୌଳିକ ଅଧିକାର। ମୁଁ କାହିଁକି ବା ଏହାକୁ ହାତଛଡା କରିବି। ଗତ ଥର ଭଳି ଏଥର ମଧ୍ୟ ଭୋଟ ଦେଉଛି’’, ଏହା କହିଛନ୍ତି  ୭୨ ବର୍ଷୀୟା ସି କାନ୍ତା ରେଡ୍ଡି।

ସି କାନ୍ତା ରେଡ୍ଡି ହେଉଛନ୍ତି ଜଣେ ମହିଳା। ଉତ୍ସାହର ସହ ଭୋଟ ଦେବା ପାଇଁ ବ୍ରହ୍ମପୁରର ୨୧ ନମ୍ବର ବୁଥ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ମତଦାନ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ପାଞ୍ଚ ବର୍ଷରେ ଥରେ ଭୋଟ ହେଉଛି। ମତଦାନ କରିବା ହେଉଛି ସମସ୍ତଙ୍କର ଅଧିକାର। ଏହାକୁ ହାତଛଡ଼ା କରିବା ଠିକ୍ ନୁହେଁ।

ହିଞ୍ଜିଳିରେ ପ୍ରଚାର କଲେ ନବୀନ, ହାଇଟେକ ବସରୁ ଦେଲେ ଉଦବୋଧନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ଏବଂ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହାଇଟେକ ବସ୍ ଯୋଗେ ନବୀନ ପ୍ରଚାର କରିଥିଲେ। ଏପ୍ରିଲ ୧୮ରେ ଆସ୍କା ଲୋକସଭା ଆସନ ସମେତ ହିଞ୍ଜିଳି, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସାନଖେମୁଣ୍ଡି, ସୋରଡ଼ା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୈଜୟନ୍ତ – ବିଜେଡି

କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଲା ସାଂଘାତିକ ଅଭିଯୋଗ। ବୈଜୟନ୍ତ ୨୦୧୪ ନିର୍ବାଚନ ସତ୍ୟପାଠରେ ଗୋଟିଏ ତଥ୍ୟ ଏବଂ ୨୦୧୯ ନିର୍ବାଚନ ସତ୍ୟପାଠରେ ଆଉ ଗୋଟିଏ ତଥ୍ୟ ଦେଇଥିବା ବିଜେଡି ଅଭିଯୋଗ କରିଛି। ଭୁଲ ତଥ୍ୟ ଦେଇ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକି ଥିବା ବିଜେଡି କହିଛି।

ବିଜେପି ଶାସନକୁ ଆସିଲେ ଓଡ଼ିଶା ହେବ ୧ନମ୍ବର ରାଜ୍ୟ: ଅମିତ ଶାହ

“ଥରେ ବିଜେପିକୁ ଦାୟିତ୍ୱ ଦିଅ। ୫ ବର୍ଷରେ ଓଡ଼ିଶା ୧ ନମ୍ବର ରାଜ୍ୟରେ ପରିଣତ ହେବ। ବଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଏଥର ସରକାର ବାଛନ୍ତୁ। ୫ ବର୍ଷରେ ମୋଦି ସରକାର ଗରିବି ହଟାଇବାକୁ  ବହୁ କାମ କରିଛନ୍ତି।” କେନ୍ଦୁଝର ସଭାରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ଏଭଳି ଉଦବୋଧନ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ପ୍ରଥମ ପର୍ଯ୍ୟାୟରେ ୭୩.୭୬%ଭୋଟ, ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ଶାନ୍ତି ଶୃଙ୍ଖଳାର ସହ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।  ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ମତଦାନ। ଆଜି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସବୁ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।

ନବରଙ୍ଗପୁରରେ ସର୍ବାଧିକ ୮୧ ପ୍ରତିଶତ ମତଦାନ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା, ୨୮ଟି ବିଧାନସଭା ଆସନରେ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ମୋଟ ୮୧.୭୨୪ ପ୍ରତିଶତ ମତଦାନ ହୋଇଛି। ନବରଙ୍ଗପୁରରେ ସମୁଦାୟ ୪ ଟି ନିର୍ବାଚନ ମଣ୍ଡଳୀ ଆସୁଛି। ଏଥିରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛନ୍ତି ୮ଲକ୍ଷ ୧୬ହଜାର ୫୮୪ ଜଣ ରହିଥିବା ବେଳେ ସମୁଦାୟ ଭୋଟ ପଡିଛି ୬ଲକ୍ଷ ୮୩ ହଜାର ୭୯୮।

ଫୋକସ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ – ମିଶନ ସାଉଥ୍‌ରେ ମୋଦି ,ରାହୁଲ

ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜନୈତିକ ଦଳମାନେ ପ୍ରଚାର ଜୋର କରିଛନ୍ତି। ସମସ୍ତଙ୍କ ନଜର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଉପରେ ରହିଛି। ସାରାଦେଶରେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ଆଜି ମିଶନ ସାଉଥ୍‌ରେ ଅଛନ୍ତି। ମୋଦି ଆଜି କେରଳରେ ସଭା କରିବେ। ମୋଦି ସଭାପରେ କେରଳରେ ଆଜି ରାତ୍ରି ଯାପନ କରିବେ।

modi

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ

ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଛନ୍ତିକି , “ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ନାଁରେ ନିଜ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ଅପିଲ୍‌ କରୁଛନ୍ତି। ଯାହା ନିର୍ବାଚନ ଆଚାରଣ ବିଧିର ଉଲଘଂନ।”

ନବୀନଙ୍କ ମାରାଥନ ରୋଡ ସୋ

ବିଜେଡିର ଷ୍ଟାର ପ୍ରଚାରକ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁଥିବା ୫ଲୋକସଭା ଓ ୩୫ ବିଧାନସଭା ମତଦାନ ଲାଗି ପ୍ରଚାର ଜୋର କରିଛନ୍ତି। ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାନଖେମୁଣ୍ଡି, ହିଞ୍ଜିଳିରେ ରୋଡ ସୋ କରୁଛନ୍ତି ନବୀନ ପଟ୍ଟନାୟକ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କାହାର ହେବ କନ୍ଧମାଳ?

୭୩.୭୬ ପ୍ରତିଶତ ଭୋଟ କ’ଣ କହୁଛି?

ବାରବାଟୀ-କଟକ ବିଧାନସଭା ଆସନ: ତିନି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

Comment