ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ କଶ୍ମୀରର ସୋପିଆ ଜିଲ୍ଲାରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତିା ସୁରକ୍ଷାକର୍ମୀଙ୍କୁ ଏଥିରେ ବଡ଼ ସଫଳତା ମିଳିଛିା ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତିା

ଏମାନଙ୍କ ମଧ୍ୟରେ ଜୈଶ ଏ ମହମ୍ମଦ ଟପ୍ କମାଣ୍ଡର ଶାହାଜହାଁ ରହିଛିା ସଂପୃକ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛିା

ରିପୋର୍ଟ ଅନୁସାରେ ସୋପିଆନ ଜିଲ୍ଲାର ଗହାନ୍ଦ ଅଂଚଳରେ ଶନିବାର ସକାଳେ ଏନକାଉଣ୍ଟର ଚାଲିଥିଲା। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା। ସୂଚନା ପାଇ ସୁରକ୍ଷାବାହିନୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରିଥିଲେ। ବର୍ତମାନ ସୁଦ୍ଧା ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

Comment