ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

naveen

ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ – ଧାନର ଏମଏସପି ଦୁଇଗୁଣା ପ୍ରତିଶ୍ରୁତି କୁଆଡ଼େ ଗଲା?

‘‘ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦୁଇ ଗୁଣା କରିବା ପାଇଁ କେନ୍ଦ୍ର ସରକାର ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ। ଏହି ପ୍ରତିଶ୍ରୁତି କୁଆଡ଼େ ଗଲା?’’ ବରଗଡ଼ ଜିଲ୍ଲା ଅତାବିରାରେ ନିର୍ବାଚନୀ ସଭା କରି ନବୀନ କେନ୍ଦ୍ରର ବିଜେପି ସରକାରକୁ ଏହି ପ୍ରଶ୍ନ କରିଛନ୍ତି।

ବିଜେପି ନେତାଙ୍କୁ ହତ୍ୟା ଘଟଣା – ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ପ୍ରତିବାଦ କରି ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ଏହି ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ‘‘ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ମୁଁ ଘୋର ନିନ୍ଦା କରୁଛି।‘‘ ଏହା ସହ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୁରୁତ୍ୱ ଦେବାକୁ ପୋଲିସ କମିଶନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ପ୍ରଫୁଲ୍ଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ – ତିନି ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ

ବିଜେଡି ସୁପ୍ରିମୋ କିଛି ନେତାଙ୍କୁ ଆଜି ନୂଆ ଦାୟିତ୍ବ ଦେଇଛନ୍ତି। ପ୍ରଫୁଲ୍ଲ ଘଡ଼ାଇଙ୍କୁ ସବୁଠୁ ବଡ଼ ଦାୟିତ୍ବ ଦେଇଛନ୍ତି ନବୀନ। ତିନି ବିଧାନସଭା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଖୋର୍ଦ୍ଧା,ଋଣପୁର ଓ ଚିଲିକା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ପ୍ରଫୁଲ୍ଲ ଘଡ଼ାଇ।

ଯୋଗୀ ଓ ଆଦିତ୍ୟନାଥଙ୍କୁ ନିର୍ବାଚନୀ ପ୍ରଚାର ମନା

ନିର୍ବାଚନୀ ପ୍ରଚାରରେ ବିବାଦୀୟ ଟିପ୍ପଣୀ ମାମଲାରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିର୍ବାଚନ ଆୟୋଗ ବିଏସପି ପ୍ରମୁଖ ମାୟାବତୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ ଲଗାଇଛନ୍ତି। ଦୁଇଜଣଙ୍କ ଉପରେ ନିର୍ବାଚନ ଆଚରଣ ଉଲଂଘନର ଅଭିଯୋଗ ହୋଇଛି।

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ‘ କରିବେ ମୋଦି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଗସ୍ତରେ ଆସିବେ। ରାଜଧାନୀ ଭୁବନେଶ୍ୱରରେ କରିବେ ରୋଡ ସୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୋଦି ୧୬ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଏନେଇ ବିଜେପିର ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଓଡ଼ିଶାରେ ପ୍ରତି ଲୋକସଭା ଆସନ ପାଇଁ ୮ ଓ ବିଧାନସଭା ପାଇଁ ୭ ପ୍ରାର୍ଥୀ

ନିର୍ବାଚନ କମିଶନ ଅଧିକାରୀ ମାନେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ସମ୍ପର୍କରେ ଚୂଡାନ୍ତ ସୂଚନା ଦେଇଛନ୍ତି। ୪ଟି ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୨୧ ଲୋକସଭା ଆସନ ପାଇଁ ମୋଟ ୧୭୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଅର୍ଥାତ ପ୍ରତି ଲୋକସଭା ଆସନ ପାଇଁ ହାରାହାରି ୮ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ସେହିଭଳି ୧୪୭ ବିଧାନସଭା ଆସନ ସକାଶେ ୧୧୩୭ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହାରାହାରି ହିସାବରେ ପ୍ରତି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ୭।
ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

କଟକ-ସଦର ନିର୍ବାଚନ ମଣ୍ଡଳୀ- ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

Comment