ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ଓଡ଼ିଶାରେ ତାଣ୍ଡବ ରଚିବା ପରେ ଚାରଆଡୁ ରାଜ୍ୟ ପାଇଁ ସହାୟତାର ସୁଅ ଛୁଟୁଛି। କେନ୍ଦ୍ର ନେତା ବି ଫନି ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବାକୁ ଓଡ଼ିଶା ଆସୁଛନ୍ତି। ଶୁକ୍ରବାର କଂଗ୍ରେସ ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓଡ଼ିଶା ଆସିଛନ୍ତି। ଫନି କ୍ଷୟକ୍ଷତି ଆକଳନ ପାଇଁ ଗୁଲାମନବୀ ଓଡ଼ିଶା ଆସିଛନ୍ତି। ଓଡ଼ିଶାରେ କ୍ଷୟକ୍ଷତି ଏଆଇସିସିକୁ ସେ ରିପୋର୍ଟ ଦେବ।

ଗୁଲାମନବୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପୁରୀ ହସ୍ପିଟାଲ, କୋଣାର୍କ, ବଳିଆ ପଣ୍ଡା ଗସ୍ତରେ ଯିବ। ଏହାପରେ ସାଲିଆସାହି ବସ୍ତିକୁ ମଧ୍ୟ ଯିବ।

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସମୟରେ ଗୁଲାମନବୀଙ୍କ ସାଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଛନ୍ତି।

Comment