ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ପୁରୀ ସହର ଏବଂ ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ୨୯ ଲକ୍ଷ ୧ ହଜାର ୧୭୧ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବା ପାଇଁ ୫୨୪ ଗ୍ୟାଙ୍ଗକୁ ନିଯୁକ୍ତ କରାଯାଇଛି। ପୁରୀରେ ୧୫ ତାରିଖରୁ ବିଦ୍ୟୁତ ସଂଯୋଗ ଆରମ୍ଭ କରାଯିବାର ଲକ୍ଷ୍ୟ ରହିଛି’’, ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ।

ସେ ଆହୁରି କହିଥିଲେ ଯେ ପୁରୀକୁ ଯାଇଥିବା ୨୨୦ କେଭିର ୭୫ଟି ଟାଓ୍ୱାର କ୍ଷତିଗ୍ରସ୍ତ ହୋଇଛି। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପିଜିସିଆଇକୁ ଦାୟିତ୍ୱ ଦିଆଯାଇଛି। ଚନ୍ଦକା-ପୁରୀ ରାସ୍ତାରେ ୧୩୨ କେଭି ଟାଓ୍ୱାର ନଷ୍ଟ ହୋଇଛି। ଏହାର ମରାମତି ଚାଲିଛି। ସେହିପରି ଖୋର୍ଦ୍ଧା-ପୁରୀ ଲାଇନରେ ୩୦ଟି ୧୩୨ କେଭି ଟାଓ୍ୱାର କ୍ଷତିଗ୍ରସ୍ତ ହୋଇଛି। ଏସବୁର ମରାମତି କାର୍ଯ୍ୟରେ ୪୫ଟି ଗ୍ୟାଙ୍ଗ ଦିନରାତି କାମ କରୁଛନ୍ତି।

ଗତ ୩ ତାରିଖରେ ହୋଇଥିବା ବାତ୍ୟା ଫନିରେ ପୁରୀ ଛାରଖାର ହୋଇଯାଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ନଷ୍ଟ ହୋଇଥିଲା। ଫଳରେ ପୁରୀ ସହରକୁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିଲା। ବାତ୍ୟା ଯିବାର ୧୧ ଦିନ ପରେ ବି ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରି ନାହିଁ।

Comment