ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ଇନିଂସ ଆରମ୍ଭ ହୋଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ମନକୁ ଛୁଇଁଲାପରି ଏହ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା। କେବଳ ଚର୍ଚ୍ଚା ନୁହଁ ବରଂ ସ୍ମୃତି ଇରାନୀଙ୍କ କାମ ଲାଗି ତାଙ୍କୁ ଅନେକ ପ୍ରଶଂସା ବି କରୁଛନ୍ତି।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶିଷ୍ଟ ଗାଇକା ଆଶା ଭୋସଲେ ବି ପହଞ୍ଚିଥିଲେ। ଆଶା ଗତକାଲି ସନ୍ଧ୍ୟାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ଭିତରୁ ଗୋଟିଏ ଫଟୋ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହିତ ବି ଅଛି।

ଆଶା ଟୁଇଟ୍ କରି ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବ ପରେ ଭିଡ ଭିତରେ ମୁଁ ଫସି ଯାଇଥିଲି। କେହି ମୋତେ ସାହାଯ୍ୟ କରିବା ଲାଗି ଆଗକୁ ଆସୁନଥିଲେ। ସ୍ମୃତି ଇରାନୀ ମତେ ଭିଡରେ ଦେଖି ମୋର ସାହାଯ୍ୟ କରିଥିଲେ ଓ ସୁରକ୍ଷିତ ଭାବେ ମତେ ଘର ପହଞ୍ଚାଇଥିଲେ। ସେ ଅନ୍ୟମାନଙ୍କର ଚିନ୍ତ କରନ୍ତି ସେଥିଲାଗି ସେ ନିର୍ବାଚନ ଜିତିଛନ୍ତି।”

ଆଶାଙ୍କ ଏହି ଟୁଇଟ୍ ପରେ ସ୍ମୃତି ହାତଯୋଡି ଅଭିବାଦନ କରିଛନ୍ତି। ସେପଟେ ସୋସିଆଲ ମିଡିଆରେ ସ୍ମୁତିଙ୍କୁ ଅନେକ ପ୍ରଶଂସା ବି କରୁଛନ୍ତି।

Comment